ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧୀନରେ ଥିବା ଲାଞ୍ଜିଗଡ଼ ବ୍ଳକର କମର୍ଦ୍ଧା ସେକ୍ସନର ମୁଣ୍ଡାଗାଁ ନିକଟରେ ଥିବା ଚାଷ ଜମିରୁ ଆଜି ସକାଳେ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର କରାଯାଇଛି | ସୂଚନା ଅନୁସାରେ ଗତକାଲି ରାତିରେ ନର୍ଲା ରେଞ୍ଜ ଅଧୀନରେ ଥିବା କମର୍ଦ୍ଧା ସେକ୍ସନର ମୁଣ୍ଡାଗାଁ ନିକଟରେ ଥିବା ବରଗେଲ ଜଙ୍ଗଲରୁ ବଣୁଆ ହାତୀପଲ ମୁଣ୍ଡାଗାଁକୁ ଲାଗି ରହିଥିବା ଚାଷ ଜମିକୁ ଆସିଥିଲେ। ମୁଣ୍ଡାଗାଁର ଏକ ଚାଷ ଜମିରେ ଗର୍ଭବତୀ ମା' ହାତୀଟି କୌଣସି କାରଣରୁ ଖସି ପଡ଼ିଥିଲା। ମା' ହାତୀଟି ପ୍ରସବ ବେଦନାରେ ଛଟପଟ ହୋଇ ଜମିର କାଦୁଅରେ ଛୁଆଟିକୁ ଜନ୍ମ ଦେଇଥିଲା। ଜନ୍ମ ପରେ ହାତୀ ଛୁଆଟି କାଦୁଅରେ ପଡିଯାଇଥିବା ବେଳେ ହାତୀପଲ ସହିତ ମା' ହାତୀଟି ଛୁଆକୁ ଜଗି ରହିଥିଲେ।
ଆଜି ସକାଳେ ମା' ହାତୀର ଭୀଷଣ ଗର୍ଜ୍ଜନ ଶୁଣି ମୁଣ୍ଡାଗାଁ ଲୋକ ଘଟଣାସ୍ଥଳକୁ ଯାଇଥିଲେ। ଲୋକଙ୍କୁ ଦେଖି ହାତୀପଲ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା' ହାତୀଟି ଛୁଆର ପାଖ ଛାଡ଼ୁନଥିଲା। ପରେ ମା' ହାତୀଟି ଛୁଆକୁ ଛାଡି ଦୌଡ଼ି ପଳେଇଥିଲା। ଏହାପରେ ଗାଁ ଲୋକେ କାଦୁଅରୁ ହାତୀ ଛୁଆକୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ହାତୀ ଛୁଆଟିର ମୃତ୍ୟୁ ହୋଇଯାଇଥିଲା।
ଏହା ପରେ ଗାଁ ଲୋକ କମର୍ଦ୍ଧା ଫରେଷ୍ଟର ନବୀନ କୁମାର ମାଝୀଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଦାୟିତ୍ୱରେ ଥିବା ଡିଏଫଓ ମଳୟ ରଞ୍ଜନ କାଳୁ,ଏସିଏଫ ଜିତେନ୍ଦ୍ର ସାହୁ, ନର୍ଲା ରେଞ୍ଜର ଗିରିଧାରୀ ନାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ନର୍ଲା ଭିଏସ, ବନ ବିଭାଗ କର୍ମଚାରୀ ଓ ମଣ୍ଡାଗାଁ ଅଞ୍ଚଳର ସର୍ବସାଧାରଣଙ୍କ ଉପସ୍ଥିତିରେ ହାତୀ ଛୁଆଟିର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/8d427276-2c2c-4ae9-83d8-634f1a5782cd.jpg)