ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ରାଉଲଡେଗା ସେକ୍ସନ ଅନ୍ତର୍ଗତ କୁରୁମକେଲ ପଞ୍ଚାୟତର ତେତେଲଝରିଆ ଗ୍ରାମରେ ଆଜି ସାଢେ ୨ଟା ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ହୋଇଛ। ଉକ୍ତ ଗ୍ରାମର ନିଖଳା ଯୁଯୁ (୩୮) ଯୁବକ ଗ୍ରାମର ନିକଟତମ ଜଙ୍ଗଲକୁ ଯାଇ ହାତୀପଲଙ୍କ ସମ୍ମୁଖରେ ପଡିଯିବାରୁ ହାତୀ ଦଳି ଦେଇଥିବା ଜଣାପଡିଛି। ୨ ଦିନ ପୂର୍ବରୁ ଏହି ହାତୀପଲ ଉକ୍ତ ଜଙ୍ଗଲରେ ରହୁଥିବା ବନବିଭାଗ ଜାଣି ଗ୍ରାମ/ପଡାମାନଙ୍କରେ ଜଙ୍ଗଲକୁ ବାରଣ କରି ସଚେତନ କରାଉଥିବା ସମୟରେ ଏହି ଯୁବକ ଜଣକ ଜଙ୍ଗଲରେ ହାତୀ ଥିବା ଜାଣି ସତ୍ତ୍ୱେ ସାହସିକତା ବାନ୍ଧି କାହାକୁ ନ ଜଣାଇ ଜଙ୍ଗଲକୁ ଯିବା ଦ୍ୱାରା ମୃତ୍ୟୁର କାରଣ ବୋଲି ଚର୍ଚ୍ଚା ହେଉଛି।

Advertisment

ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଶବ ଜବତ କରି ଗତକାଲି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।