ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ନୁଣୁପୁର ଅଞ୍ଚଳରେ ହାତୀ ଆତଙ୍କ। ହାତୀଟି ଢେ଼ଙ୍କାନାଳ ରେଞ୍ଜରୁ ଆସିଥିବା ସୂଚନା ମିଳିଛି। ଗତକାଲିଠାରୁ କଟକ ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଅଞ୍ଚଳରୁ ଶହେରୁ ଊର୍ଦ୍ଧ୍ବ କର୍ମଚାରୀ ତିନୋଟି ଟିମ ସହ ଏବେ ହାତୀକୁ ଘଉଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ମୁତୟନ ଅଛନ୍ତି।
ତେବେ ଗ୍ରାମବାସୀଙ୍କ କହିବା କଥା ସକାଳ ସମୟରେ ହାତୀଟିକୁ ଧାନ କ୍ଷେତରେ ଦେଖିଥିଲେ। କିଛି ସମୟ ପରେ ହାତୀଟି ଆଖୁ କିଆରୀ ମଧ୍ୟକୁ ପଶି ଯାଇଥିଲା । ତେବେ ଏ ଅଞ୍ଚଳରେ ହାତୀ ଆସିବାର କୌଣସି ସମ୍ଭାବ୍ୟ ନଥିବାବେଳେ କେଉଁ କାରଣରୁ ହାତୀଟି ଏ ପରିବେଶକୁ ଆସିଛି ତାକୁନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି।
ଏହି ଅଂଚଳବାସୀ ପ୍ରଥମ ଥର ହାତୀ ଦେଖିଥିବା ବେଳେ ଭୟଭୀତ ହୋଇ ପଡିଛନ୍ତି। ୧୦୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ହାତୀ ଘଉଡ଼ାଇବା ପାଇଁ ଡେରା ପକାଇ ବସିଥିବା ବେଳେ ପାଖରେ ଗ୍ରାମାଚଂଳ ରହୁଥିବାରୁ ଦିନରେ ତାହା ସମ୍ଭବ ହୋଇାପାରିନାହିଁ। ଵନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନେ ବାହାରକୁ ନବାହାରିବା ପାଇଁ ପ୍ରଚାର କରାଯାଉଛି। ହାତୀର ଯାତାୟତକୁ ଦୃଷ୍ଟିରେ ରଖି ସମଗ୍ର ଅଂଚଳରେ ବିଦ୍ୟୁତ କାଟ କରାଯାଇଛି। ତେବେ ହାତୀକୁ ନେଇ ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/964ad7dd-2fa4-46f0-b562-8d1363349344.jpg)