ରାଉରକେଲା: ଖାଦ୍ୟ ପାଇଁ ରାଜରାସ୍ତା ଉପରେ ଗଜରାଜ। ରାଜରାସ୍ତାରେ ଯାତାୟତ କରୁଥିବା ଗାଡି ଅଟକାଉଛି। ଶୁଣ୍ଢ ବଢାଇ ଖାଦ୍ୟ ମାଗୁଛି। ଖାଦ୍ୟ ମିଳିବା ପରେ ଗାଡି ଛାଡ଼ୁଛି। ଗତ କିଛି ଦିନ ହେବ ବରସୁଁଆ ରେଞ୍ଜ ଅନ୍ତର୍ଗତ ଟେନ୍ସା-ବରସୁଁଆ ରାଜରାସ୍ତାରେ ଏମିତି ଚିତ୍ର ଦେଖିବାକୁ ମିଳୁଛି। ହାତୀ ଖଣି ବୋଝେଇ ଟ୍ରକ ଟିପର ଗୁଡିକୁ ଅଟକାଉଛି l ଖାଦ୍ୟ ଅନ୍ବେଷଣରେ ଚାଳକମାନଙ୍କ ନିକଟକୁ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଚି, ହାତୀର ଏପରି ବ୍ୟବହାରରେ ଗତ କିଛିଦିନ ହବ ଦେଖିବାକୁ ମିଳିଛି।
ଗତକାଲି ମଧ୍ୟ ହାତୀ ପାଇଁ ରାତିରେ ୨ ଘଣ୍ଟା ଧରି ଟେନ୍ସା-ବରସୁଁଆ ଘାଟିରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଅନେକ ଯାତ୍ରୀ ହାତୀ ଦେଖିବାକୁ ଭିଡ କରିଥିଲେ। ଖାଦ୍ୟ ଖାଇ ସାରିବା ପରେ ହାତିଟି ଘାଟି ରାସ୍ତାରୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା l ଗାଡି ଚାଳକଙ୍କ କହିବା ଅନୁସାରେ ହାତୀଟି ବେଶ କିଛିଦିନ ହେବ ରାଜରାସ୍ତାକୁ ଆସି ଗାଡି ଚାଳକମାନଙ୍କ ଠାରୁ ଖାଦ୍ୟ ଖାଇ ସାରିବା ପରେ ଜଙ୍ଗଲକୁ ଫେରି ଯାଉଛି । ଏପର୍ଯ୍ୟନ୍ତ ହାତୀଟି କାହାର କୌଣସି କ୍ଷତି ଘଟାଇ ନଥିବା ଜଣାପଡ଼ିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bb2b334e-8daf-4b96-ad33-c366d7fd7071.jpg)