ହାତୀ ସୁରକ୍ଷା, ବିଦ୍ୟୁତ୍‌ ତାର ଉଚ୍ଚତା ବୃଦ୍ଧି

ଚମକପୁର: ଯୋଡ଼ା ବ୍ଳକ୍‌ ବାସୁଦେବପୁର ସବ୍‌ଷ୍ଟେସନ ପକ୍ଷରୁ ଆଜି ୧୧ କେଭି ବିଦ୍ୟୁତ୍ ତାରର ଉଚ୍ଚତା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ୫୨୦ ନଂ ଜାତୀୟ ରାଜପଥର ହାତୀ ଯାତାୟାତ ପଥ ଦେଇ ଶଙ୍କରପୁର ଗାଁକୁ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଅଳ୍ପ ଉଚ୍ଚତାରେ ରହିଥିବା  ବନ ବିଭାଗ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ପରେ ଟାଟା ପାୱାର କମ୍ପାନି ଏହାର ସମାଧାନ କରିବା ପାଇଁ ବିଭିନ୍ନ ସ୍ଥାନରେ ଖୁଣ୍ଟ ପୋତି ବିଦ୍ୟୁତ୍ ତାରର ଉଚ୍ଚତା ବୃଦ୍ଧି କରାଯାଇଛି।

ଏହି ହାତୀ ଯାତାୟାତ ପଥରେ ସର୍ବଦା ଝାଡ଼ଖଣ୍ଡ ରାଜ୍ୟରୁ ସିଧା ସଳଖ ଏହି ରାଜପଥ ଅତିକ୍ରମ କରି ବାଲିବନ୍ଧ ସେକ୍ସନ ଅଞ୍ଚଳରେ ପ୍ରବେଶ କରିଥାନ୍ତି। ହାତୀପଲ ସୁରକ୍ଷିତ ଭାବରେ ଯାତାୟାତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଲାଇନ୍ ମ୍ୟାନ ସୁନିଲ ଦଳାଇ ପ୍ରକାଶ କରିଛନ୍ତି। ଏଥିରେ କନିଷ୍ଠ ଯନ୍ତ୍ରୀ ବିଦ୍ୟାଧର ସାହୁ, ଜିଭି ସୁପର ଭାଇଜର ମାନସ କୁମାର ଖୁଣ୍ଟିଆ, ମଳୟରଞ୍ଜନ ମହାନ୍ତ, କାହ୍ନୁଚରଣ ମହାନ୍ତ, ସଂଜୀବ ମହାନ୍ତ, ଗୋବିନ୍ଦ ମୁଣ୍ଡା, କୁନୁ ମହାନ୍ତ, ମାଣିକ ମୁଣ୍ଡା ଓ ଚମ୍ପେଶ୍ଵର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର