ରାଉରକେଲା: ହାତୀ ଆକ୍ରମଣରେ ୪ ବର୍ଷର ପୁଅ ମୃତ, ବାପା, ଭାଇ, ଦାଦା ଗୁରୁତର

ରାଉରକେଲା: ଗତକାଲି ରାତି ପ୍ରାୟ ୧୦ଟା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ବନାଞ୍ଚଳ ଅଧୀନସ୍ଥ କୋକେର୍‌ମା ଗ୍ରାମର ବଡ଼ାଇକ୍‌ ବସ୍ତିରେ ହାତୀ ଆକ୍ରମଣରେ ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନରରେ ଭର୍ତ୍ତି କରାଯାଇଛି।ଆହତମାନେ ମୃତ ଶିଶୁଙ୍କ ବାପା, ଦାଦା ଓ ଭାଇ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନ ଅନୁଯାୟୀ, କେକରମା ଗାଁର କୃଷ୍ଣ ବଡାଇକ(୨୬ ବର୍ଷ) ତାଙ୍କ ଦୁଇ ପୁଅ ୭ ବର୍ଷର ରାଜ ବଡ଼ାଇକ , ୪ ବର୍ଷର ରହୁଲ ବଡ଼ାଇକ ଓ ସାନ ଭାଇ ସୂର୍ଯ୍ୟ ବଡ଼ାଇକଙ୍କ ସହିତ ଘରେ ଶୋଇଥିବା ବେଳେ ଏକ ହାତୀ ପଲ ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମରେ ରାହୁଲ ବଡ଼ାଇକ( ୪ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ କୃଷ୍ଣ, ସୂର୍ଯ୍ୟ ଓ ରାଜ ଆହତ ହୋଇଛନ୍ତି। ଖବର ପାଇ ବନବିଭାଗର ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର