ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳ ଅନ୍ତର୍ଗତ ସିଆଲଲଟି ଗ୍ରାମରେ ଦେଖାଦେଇଛି ହାତୀ ଆତଙ୍କ। ଗତ କିଛି ଦିନ ହେବ କେତେକ ହାତୀ ପଲ୍ଲ ଆସି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି ଜଣକୁ ପାଦରେ ଦଳି ମାରି ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ବନ ବିଭାଗ ହାତୀପଲ୍ଲଙ୍କୁ ଘୁଡ଼ାଇବା ପାଇର୍ କୌଣସି ପଦକ୍ଷେପ ନେଇ ନ ଥିବା ବେଳେ ହାତୀ ଦଳି ମାରିଥିବା ସିଆଲଲଟି ଗାଁରେ ମଧ୍ୟ ପହଞ୍ଚି ନାହାଁନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, କୋମନା ରେଞ୍ଜର ସିଆଲଲଟି ପଞ୍ଚାୟତର କରଙ୍ଗାଭଟ୍ଟା ଗାଁର ସହଦେବ ପରାଭୁଏ ଆଜି ସକାଳେ ନିଜ ଚାଷ ଜମିକୁ ଯାଇଥିବା ବେଳେ ୬/୭ଟି ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ। ଏହି ହାତୀପଲ ଶ୍ରୀ ପରାଭୁଏଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ପାଦରେ ଦଳି ହତ୍ୟା କରିଥିଲେ। ତେବେ ଶ୍ରୀ ପରାଭୁଏ ମରିଯିବା ପରେ ହାତୀ ପଲ୍ଲ ସେଠାରୁ ଅନ୍ୟତ୍ର ଚାଲିଯାଇଛନ୍ତି। ତେବେ ଖବର ଲେଖାହେଲା ଯାଏ ଏ ପର୍ଯ୍ୟନ୍ତ ପୁଲିସ କିମ୍ବା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/nuapada.jpg)