ଢେଙ୍କାନାଳ: କେନାଲ କାର୍ଯ୍ୟର ସୁପରଭାଇଜରଙ୍କୁ ହାତୀ କଚାଡ଼ି ମାରିଦେଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ୍‌ ଗଉଡ଼କାଟେଣି ଠାରେ ଚାଲିଥିବା ଏକ କେନାଲ କାର୍ଯ୍ୟର ଠିକାଦାରଙ୍କ କ୍ୟାମ୍ପରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଗୋବିନ୍ଦ ଚନ୍ଦ୍ର ଦେବତା ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ମାରି ଦେଇଛି। ଆଜି ସକାଳେ ଶ୍ରୀ ଦେବତା ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀ ଦେବତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶ୍ରୀ ଦେବତାଙ୍କ ଘର କଟକ ଜିଲ୍ଲା ବରହମପୁରା ଗାଁରେ ବୋଲିି ଜଣାପଡ଼ିଛି।

ସମ୍ବନ୍ଧିତ ଖବର