କୁଆାଁରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବେଡ଼ା ନିକଟସ୍ଥ କୁତୁକୁଲି ବସ୍ତିରେ ପଶି ଏକ ହାତୀ ଜଣେ ଯୁବକଙ୍କୁ ଦଳି ମାରିଦେଇଛି। ମୃତ ଯୁବକ ଜଣକ ହେଉଛନ୍ତି ନବୀନ କେରକେଟା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନବୀନ ଘରେ ଶୋଇଥିିବା ବେଳେ ହାତୀଟି ତାଙ୍କ ମାଟି ଘର କାନ୍ଥ ଭାଙ୍ଗି ଭିତରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଗୁରୁତର ନବୀନଙ୍କୁ ବନବିଭାଗ ଉଦ୍ଧାର କରି ରାଉରକେଲାର ଆଇଜିଏଚ୍ରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରରେ ତାଙ୍କର ମୃତ୍ୟୁ ଘଟିଛି।
କୁଆଁରମୁଣ୍ଡା: ହାତୀ ଆକ୍ରମଣରେ ଯୁବକ ମୃତ
/sambad/media/post_attachments/wp-content/uploads/2018/01/elephant.jpg)
/sambad/media/agency_attachments/2024-07-24t043029592z-sambad-original.webp)