ସୁନ୍ଦରଗଡ଼: ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ପ୍ରାଣଗଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ କତଙ୍ଗଝରିଆ ଗାଁର ଲାଲଦେବ ସିଂହ(୫୦ ବର୍ଷ)ଙ୍କୁ ଗତକାଲି ରାତିରେ ହାତୀ ଶୁଣ୍ଢରେ କଚାଡ଼ି ମାରି ଦେଇଛି। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କତଙ୍ଗଝରିଆ ଗାଁର ଲାଲଦେବ ସିଂହ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ତାଙ୍କ ପଡୋଶୀଙ୍କ ଘରକୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଦାଣ୍ଡ ଦୂଆରରେ ପୂର୍ବରୁ ଆସି ରହିଯାଇଥିବାଏକ ହାତୀ ପଲ୍ଳ ହାବୁଡ଼ରେ ପଡି ଯାଇଥିଲେ। ଏହି ହାତୀ ପଲ୍ଲରୁ ଗୋଟିଏ ହାତୀ ଶ୍ରୀ ସିଂହଙ୍କୁ ତାର ଶୁଣ୍ଢରେ ଉଠାଇ ନେଇ ଯୋରରେ କଚାଡ଼ି ଦେଇଥିିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ସିଂହଙ୍କର ମୃତ୍ୟୁ ଘଟିଥିଲା। ତେବେ ହାତୀ ଆତଙ୍କ ଯୋଗୁଁ କେହି ଲୋକ ଘରୁ ପଦାକୁ ବାହାରି ନ ଥିଲେ। କିଛି ସମୟ ପରେ ହାତୀ ପଲ୍ଲ ସେଠାରୁ ପଳାଇଥିଲେ। । ଲୋକେ ଏ ନେଇ ବନ ବିଭାଗକୁ ସୂଚନା ଦେଇଥିଲେ।ଆଜି ସକାଳେ ବନବିଭାଗର କମଚାରୀମନେ ଆସି ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତ। ମୃତ ଶ୍ରୀ ସିଂହଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଗ୍ରାମୋବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର