ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମୋଚିବାହାଲ ବନାଞ୍ଚଳ ଅନ୍ତର୍ଗତ ମାକରକେନ୍ଦା ଗାଁରେ ହାତୀ ଆତଙ୍କ। ଘରେ ଶୋଇଥିବା ଅବସ୍ଥାରେ ଦୁଇଟି ପରିବାରର ଦୁଇଜଣଙ୍କୁ ହାତୀ ଟାଣି ନେଇ ପାଦରେ ଦଳି ଅତି ବୀଭତ୍ସଭାବେ ହତ୍ୟା କରିଛି। ମୃତକ ଦ୍ୱୟ ହେଲେ ଗ୍ରାମର ଶମ୍ଭୁ ଭୋଇ( ୬୫ ବର୍ଷ) ସେବତୀ ଭୋଇ( ୭୦ ବର୍ଷ)। ଉଭୟ ମହିଳା ଓ ପୁରୁଷ ସେମାନଙ୍କ ଘର ଭିତରେ ଶୋଇଥିିବା ବେଳେ ହାତୀ ଘର ଭାଙ୍ଗି ଭିତରେ ପଶି ସେମାନଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଓ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମାକରକେନ୍ଦା ଗାଁ ଭିତରେ ଗତକାଲି ବିଳମ୍ବିତ ରାତିରେଏକ ହାତୀ ପଲ ପଶିଥିଲେ। ଏହି ହାତୀପଲ ବିଳମ୍ବିତ ରାତିରେ ଗାଁରେ କେତେକ ଲୋକଙ୍କ ଘର ଭାଙ୍ଗି ଭିତରେ ପଶିବା ସହିତ ଦୁଇଜଣଙ୍କୁ ହତ୍ୟା କରିବା ପରେ ପୁଣି ଗାଁ ପାଖ ଜଙ୍ଗଲକୁ ଚାଲି ଯାଇଛନ୍ତି। ତେବେ ଏହି ହାତୀ ପଲଙ୍କୁ ଗାଁ ପାଖରୁ ଦୂରକୁ ଘଉଡ଼ାଇବା ପାଇଁ ବନବିଭାଗ ଉପଯୁକ୍ତ ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp