ଖୋର୍ଦ୍ଧା:ଆଜି ସକାଳେ ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ହାତୀ ଆକ୍ର୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ଜମ୍ବେଶ୍ୱର ଚମ୍ପତି( ୭୦ ବର୍ଷ) । ସେ ଗାଁରୁ ବାହାରି ବଜାର ଆଡେ ଯାଉଥିିବା ବେଳେ ହାତୀ ପଲଙ୍କ ହାବୁଡ଼ରେ ପଡ଼ିଥିଲେ। ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ୧୫ରୁ ଊର୍ଧ୍ୱ ହାତୀ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଜରିପୁଟ ସଙ୍କଟମୋଚନ ମହାବୀର ହନୁମାନଙ୍କ ମନ୍ଦିର ନିକଟରେ ଥିଲେ। ଏହି ହାତୀ ପଲକୁ ବନ ବିଭାଗ ଘଉଡ଼ାଇ ଦେଇଥିଲା। ସେଠାରୁ ହାତୀ ପଲ ଯାଇ ଗୋଡ଼ା ଗ୍ରାମ ନିକଟରେ ଥିବା କୁହାଯାଉଛି।
ଖୋର୍ଦ୍ଧା:ହାତୀ ଆକ୍ରମଣରେ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2017/12/khordha-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)