କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ବସନ୍ତପୁର ପଞ୍ଚାୟତ ରୁଗୁଡ଼ିସାହିରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗତକାଲି ରାତିରେ ଏକ ୧୨ଟିକିଆ ହାତୀପଲ ଧାନକ୍ଷେତରେ ପଶିଥିଲେ। ଏତେ ସଂଖ୍ୟାରେ ହାତୀ ଯେଉଁଆଡ଼େ ଚାଲୁଥିଲେ ଧାନ ଫସଲକୁ ମାଡ଼ିଦଳି ନଷ୍ଟ କରିଦେଇଥିଲେ। ଲୋକେ ବାଜା ବଜାଇବା ସହ ବାଣ ଫୁଟାଇଥିଲେ। ହାତୀପଲଙ୍କୁ ନିଆଁହୁଳା ଦେଖାଇଥିଲେ।
ଫଳରେ ହାତୀପଲ ଏଣେତେଣେ ଦୌଡ଼ି ଅଧିକ ଫସଲ ନଷ୍ଟ କରିଥିଲେ। ଗ୍ରାମର ଗୁରୁଚରଣ ବାରିକ, ଶ୍ରୀକାନ୍ତ ବାରିକ, ସୁବାସ ମହାକୁଡ, ବିଷ୍ଣୁ ମହାକୁଡ଼, ରାମଚନ୍ଦ୍ର ବେହେରା, ବିରଞ୍ଚି ବାରିକଙ୍କ ସମେତ ୪୦ଜଣ ଚାଷୀଙ୍କ ପାଖାପାଖି ୧୦୦ଏକର ଫସଲ ହାତୀପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାପାଇଁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/c56ddcfa-c835-4409-9f18-b851326845f9.jpg)