ହାତୀ ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ

ଲାଠିକଟା: ଲାଠିକଟା ବ୍ଲକ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ହାତୀପଲ ଉତ୍ପାତ ଚଳାଇଛନ୍ତି। ଦିନ ସମୟରେ ନିକଟ ପାହାଡରେ ରହୁଥିବାବେଳେ ସଂଧ୍ୟା ହେବା ମାତ୍ରେ ଆଖାପାଖ ଅଂଚଳକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରୁଥିବା ଜଣାପଡ଼ିଛି। ୧୪ ଜଣିଆ ଏହି ହାତୀପଲ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ସଂପ୍ରତି ହୋଇଥିବା ଅମଳକ୍ଷମ ଧାନ ଫସଲକୁ ଦଳି ଚକଟି ନଷ୍ଟ କରି ଦେଉଥିବା ଦେଖିବାକୁ ମିଳୁଛି। ଗତକାଲି ରାତିରେ ଏହି ହାତୀପଲ ସୋନାପର୍ବତ ଗ୍ରାମର ଗଂଝୁଟୋଲାରେ ପଶି ଶଙ୍କର ପେଣ୍ଠେଇଙ୍କ ଘର ଭାଙ୍ଗି ଦେବା ସହ ସଞ୍ଚିତ ଧାନ ଚାଉଳ ଖାଇଦେଇଥିଲେ। ହାତୀପଲ ଆସୁଥିବା ସୂଚନା ପାଇ ଶଙ୍କର ନିଜ ପରିବାର ସହ ଅନ୍ୟତ୍ର ପଳାଇ ଯାଇ ଆକ୍ରମଣରୁ ଜୀବନ ରକ୍ଷା କରିଥିଲେ। ସେହିପରି ଗ୍ରାମର ମହାଦେବ ଭୂମିଜ, ମନିରାମ ଭୂମିଜ, ମନସା ଭୂମିଜ, ଅନୀଲ କୁମାରଙ୍କ ଧାନ ବିଲରେ ଥିବା ଅମଳକ୍ଷମ ଧାନ ଦଳି ଚକିଟି ନଷ୍ଟ କରିଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର