ଚମ୍ପୁଆ: ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। କିଛି ଦିନ ହେଲା ୨୪ ଦଳିଆ ହାତୀ ପଲ ଚମ୍ପୁଆ ବ୍ଲକ୍‌ର ବୈତରଣୀ ନଦୀ କୂଳେରେ ଆଡ଼ା ଜମାଇ ରହୁଥିବା ବେଳେ ଧାନ ଫସଲ ଖାଇବା ସହିତ ମାଡ଼ି ଦଳି ନଷ୍ଟ କରୁଛନ୍ତି। କିଛି ଦିନ ହେଲା ଏହି ହାତୀ ପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ବୈତରଣୀ ନଦୀ କୂଳ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି।

Advertisment

ଦୁଇଦିନ ତଳେ ଟିଆଁଶି ପଶି ଗ୍ରାମର ରଘୁମଣି ବେହେରା, ବିଷ୍ଣୁଚରଣ ବେହେରା, କୈଳାଶ ସିଂହ, ଅଖିଳ ସିଂହ, ବନମାଳୀ ବେହେରା, କିରାଣି ବେହେରା, ଭୁଟଲ ସିଂହଙ୍କ ଧାନ ଫସଲ ନଷ୍ଟ କରିଥିବା ବେଳେ ରରୁଆଁ ଗୋଡ଼ା ଗ୍ରାମର ହୃଷୀକେଶ ନାଏକ, ରଘୁମଣି ଗିରି, ପରମେ ଗିରି ଏବଂ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଅମଳ କ୍ଷମ ଧାନ ବିଲରେ ପଶି ଫସଲ ଖାଇବା ସହିତ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି। ଏମାନଙ୍କର ହାରାହାରି ୩ ଏକରରୁ ଅଧିକ ଫସଲ ନଷ୍ଟ କରି ଦେଇଛନ୍ତି। ଏହି କ୍ଷତିଗ୍ରସ୍ତ ଚାଷୀଙ୍କୁ ବନବିଭାଗ  ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।