ଚମକପୁର: ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଦିନ କୁ ଦିନ ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ବାହାରି ଖରାଟିଆ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ଵାର ଭାଙ୍ଗି ଚୁର୍ ମାର କରୁଛନ୍ତି । ଏ ନେଇ ଲୋକଙ୍କ ଆଖିରେ ନିଦ ହଜି ଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ହାତୀପଲ ଗତକାଲି ମିରିଗିସିଙ୍ଗା ଜଙ୍ଗଲ ରୁ ସନ୍ଧ୍ୟା ସମୟରେ ବାହାରି ପ୍ରାୟ ସାଢେ଼ ଆଠଟା ସମୟ ରେ କୋଦଗାଡିଆ ଗ୍ରାମର ଶିବନାଥ ମହାନ୍ତ ଖାଇସାରି ଶୋଇବାକୁ ଯାଉଥିବା ବେଳେ ହଠାତ ହାତୀ ଖବର ପାଇ ଜୀବନ ବିକଳରେ ଘରୁ ଅନ୍ୟ ଘରକୁ ଦୌଡ଼ି ପଳାଇ ଥିଲେ ।
ହାତୀପଲ ତାଙ୍କ ଘରକୁ ଚାରି ପଟ ଘେରି ଯାଇ ଘରକୁ ଭାଙ୍ଗି ଘରେ ସାଇତି ରଖିଥିବା ଧାନ ଓ ଚାଉଳକୁ ଖାଇ ଦେଇଥିଲେ । ଘର କାନ୍ଥ ପଡ଼ି ଆସବାବପତ୍ର ନଷ୍ଟ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏହି ହାତୀପଲ ମଧ୍ୟରେ ସମୁଦାୟ ୨୩ ଟି ରହିଥିବା ବେଳେ ଆଜି ରୋଜିଆ ଜଙ୍ଗଲରେ ରହିଥିବା ବନ ବିଭାଗ ପ୍ରକାଶ କରିଛି । ତୁରନ୍ତ ତାଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/elephant-1.jpg)