ନାଲକୋନଗର : ଅନୁଗୋଳ ଜିଲ୍ଲା ନାଲକୋ ଥାନା ନିକଟସ୍ଥ ଆଙ୍କୁଲା ଗ୍ରାମ ଜଙ୍ଗଲରେ ୧୦ରୁ ୧୫ ହାତୀ ପ୍ରବେଶ କରିଥିବା ଜଣାପଡ଼ିଛି । ହାତୀମାନେ ନୂଆସାହି, ବେନ୍ତପୁର, ଆଙ୍କୁଲା ଏବଂ ନାଲକୋ ହଟିଙ୍ଗା ଅଞ୍ଚଳରେ ଧାନ ଫସଲ ନଷ୍ଟ କରି ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ହାତୀମାନେ ଯେଉଁ ଅଞ୍ଚଳରେ ଅଛନ୍ତି ସେହି ଅଞ୍ଚଳରେ ବନ ବିଭାଗ କର୍ମଚାରୀମାନେ ସତର୍କ ରହିଛନ୍ତି । ହାତୀମାନଙ୍କ ପାଖକୁ ନଯିବାକୁ ଲୋକମାନଙ୍କୁ ବନ ବିଭାଗ ଅଧିକାରୀ ବାରଣ କରିଛନ୍ତି ।
ଆଙ୍କୁଲା ଜଙ୍ଗଲରେ ହାତୀପଲ, ଧାନ ଫସଲ ନଷ୍ଟ କଲେ
/sambad/media/post_attachments/wp-content/uploads/2021/09/elephant-odisha.jpeg)