ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଗ୍ରାମରେ ହାତି ଆକ୍ରମଣ ରେ ଜଙ୍ଗଲ ଜଗୁଆଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାଗାଁ ଠାରେ ପ୍ରାୟ ୬୦୦ ଏକର ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି। ଗ୍ରାମବାସୀଙ୍କ କହିବା କଥା ହେଲା ସବୁ ଦିନ ଭଳି ଆଜି ଗାଁର ୨ ଜଣ ବ୍ୟକ୍ତି ଅପରାହ୍ନ ରେ ଜଙ୍ଗଲକୁ ଜଗିବା ପାଇଁ ଯାଇଥିଲେ। ସଂଧ୍ୟା ପ୍ରାୟ ୫ଟା ବେଳେ ଜଙ୍ଗଲ ରେ ଗୋଟିଏ ହାତି ଦେଖି ସୁନାଶିର ଦିଶାରୀ ନାମକ ଜଣେ ବ୍ୟକ୍ତି ଲୁଚି କରି ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଦୌଡି ଆସୁଥିବା ବେଳେ ହାତି ହାବୁଡରେ ପଡିଯାଇଥିଲେ। ହାତି ତାଙ୍କୁ ମାରିଦେଇଥିବା ନେଇ ସେ ଗ୍ରାମବାସୀଙ୍କୁ କହିଥିଲେ। ହାତି ତାଙ୍କୁ ମାରିଦେଇଥିବା ତେବେ ଘଟଣା ପ୍ରଘଟ ହେବା ବେଳକୁ ପ୍ରାୟ ସଂଧ୍ୟା ହୋଇଯାଇଥିଲା।
ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଗାଁ ଠାରୁ ଜଙ୍ଗଲ ପ୍ରାୟ ୪୦୦ ମିଟର ହୋଇଥିବା ଏବଂ ଅନ୍ଧାର ବଢ଼ିଚାଲିଥିବାରୁ ହାତି ଭୟରେ ଜଙ୍ଗଲ ଭିତରକୁ ଯାଇପାରୁ ନାହାନ୍ତି। ଏ ନେଇ ଏସିଏଫଓ ଧର୍ନୁର୍ଜୟ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୁଳା ରାମପୁର ର କରଲାପାଟୁ ଜଙ୍ଗଲରେ ଥିବା ହାତିପୋଲ ମଧ୍ୟରୁ ଗୋଟିଏ ହାତି ଇନ୍ଦ୍ରାବତୀ ଡ୍ୟାମ୍ ଜଙ୍ଗଲ ଦେଇ ଖସି ଆସିଥିବା ଅନୁମାନ କରାଯାଉଛି। ଗତ କାଲି କଳାହାଣ୍ଡି ଯାଇ ହାତିକୁ ବନ ବିଭାଗ ଘଉଡାଯାଇଥିଲା। ସଂଧ୍ୟା ରେ ଖବର ପାଇ ବନବିଭାଗ ଜଙ୍ଗଲ ନିକଟରେ ପହଞ୍ଚିଛନ୍ତି। ତେବେ ରାତି ହୋଇଥିବାରୁ ହାତିକୁ ଖୋଜିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇ ହେଉନାହିଁ। ତେବେ ହାତି ଆକ୍ରମଣ ରେ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି ବନ୍ୟଜନ୍ତୁ ଦ୍ବାରା ଆକ୍ରମଣ ରେ ଶିକାର ହୋଇଛନ୍ତି ତାହା ସକାଳୁ ତଦନ୍ତ କରିଲେ ହିଁ ଜଣାପଡିବ। ତେବେ ଅଞ୍ଚଳବାସୀଙ୍କ ଦାବି ହେଲା ଗତ କିଛି ଦିନ ପୂର୍ବେ କଳାହାଣ୍ଡି ସୀମାନ୍ତରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ଦରେଶ ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ୩ ରୁ ୪ଟି ହାତି ଆସିଥିବା ନେଇ ଦେଖିବାକୁ ପାଇଥିଲେ। ତେବେ ପରବର୍ତ୍ତୀ ସମୟରେ ହାତି ସେଠାରୁ ଚାଲିଯାଇଥିଲା। ତେଇବେ ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଏପରି ବଣୁଆ ହାତି ଆସିବା ଏବଂ ହାତି ଆକ୍ରମଣ ରେ ଧନଜୀବନ ନଷ୍ଟ ହେବା ଏହା ଏକ ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/1-12.jpg)