ରାଇସୁଆଁ: ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ରାଇସୁଆଁ ଗ୍ରାମରେ ଗତକାଲି ୧୨ ଟିକିଆ ହାତୀପଲ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପାଚେରି ଭାଙ୍ଗି କଦଳୀ ଗଛ ଖାଇ ମାଡ଼ିଦଳି ନଷ୍ଟ କରି ଦେଇଛନ୍ତି। ପରେ ଗାଁ ମଝିରେ ଥିବା ବାଳିକା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଥିବା ଶତ୍ରୁଘ୍ନ ନାୟକଙ୍କ ଘରକୁ ଭାଙ୍ଗିବା ବେଳେ ଗ୍ରାମର ଗଜସାଥି ପିଲା ଓ ଗ୍ରାମବାସୀ ପହଞ୍ଚି ହାତୀପଲଙ୍କୁ ଘଉଡାଇ ଥିଲେ।

Advertisment

ଅନ୍ୟପକ୍ଷେ ବିଦ୍ୟୁତ ବିଭାଗର ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ଖାମଖିଆଲି ଭାବେ ତେଲକୋଇ ବ୍ଲକର ନିରୀହ ଜନସାଧାରଣଙ୍କର ସରଳତାର ସୁଯୋଗ ନେଇ ପ୍ରତ୍ୟେକ ଦିନ ରାତି ୨ଟା ବେଳେ ଲାଇନ କାଟି ଦେଉଛନ୍ତି। ପର ଦିନ ସକାଳ ୮ ଟାବେଳେ ଚାର୍ଜ କରୁଥିବା ଅଭିଯୋଗ ହୋଇଛି। ଏପରି ହେବାସ୍ଥଳେ ଗତ କାଲି ରାତି ୨ଟା ବେଳେ ରାଇସୁଆଁ ଗ୍ରାମ ଭିତରେ ପଶି ଯାଇଥିଲେ। ବନବିଭାଗ କର୍ମଚାରୀମାନଙ୍କର ଧର୍ମଘଟ ଥିବାରୁ ଘଟଣା ସ୍ଥଳକୁ ଡାକିଲେ ବି ଶୁଣୁ ନାହାଁନ୍ତି।