ଘଟଗାଁ: ଗତକାଲି ରାତିରେ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମର ଅସୁରବାହାଳୀ ସାହିରେ ହାତୀ ପଶି ନାହିଁ ନ ନଥିବା କ୍ଷତି ଘଟାଇଛି। ଗତକାଲି ରାତିରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ଅସୁରବାହାଳୀ ସାହି ଭିତରକୁ ପଶି ଗ୍ରାମର ଦାମୋଦର ସିଂହଙ୍କ ଘର ଭାଙ୍ଗି ଦେଇଛି।

Advertisment

ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି। ଏପରି ଦୁଇ ତିନି ଜଣଙ୍କ ଘର ଭାଙ୍ଗି ନଷ୍ଟ କରିଥିବା ଜଣାଯାଇଛି। ବନବିଭାଗ କର୍ମଚାରୀ ଆନ୍ଦୋଳନରେ ଥିବାରୁ କେହି ହାତୀ ଘଉଡ଼ାଇବାକୁ ଆସି ନଥିଲେ। ଫଳରେ ରାତିସାରା ଅନିଦ୍ରା ରହି ଲୋକେ ହାତୀକୁ ଘଉଡ଼ାଇ ଥିଲେ।