କେନ୍ଦୁଝର: କେନ୍ଦୁଝରରେ ହାତୀ ଉପଦ୍ରବ ଏକ ନିତିଦିନିଆ ଘଟଣା ହୋଇଛି। ହାତୀପଲ ଗ୍ରାମାଞ୍ଚଳ ଛାଡି ସହରାଞ୍ଚଳ ମୁହାଁ ହେଉଛନ୍ତି। ରବିବାର କେନ୍ଦୁଝର ପୌରାଞ୍ଚଳ ୧ ନମ୍ବର ଓ୍ବାର୍ଡ ସିଦ୍ଧମଠ ପୋଡ଼ା ଉଆସ ସାହିରେ ଏକ ଦନ୍ତା ହାତୀ ପଶି ୨ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Advertisment

ହାତୀଟି ସାହି ଭିତରେ ପଶି ରଇ ନାଏକଙ୍କ ଘର କାନ୍ଥ ଭାଙ୍ଗି ଦୁଇ ବସ୍ତା ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଡାକ୍ତର ନାଏକଙ୍କ ଘର କାନ୍ଥ ଭାଙ୍ଗି ଦେଇଥିବାବେଳେ ପରିବାର ଲୋକ ଅଳ୍ପକେବର୍ତ୍ତି ଯାଇଥିଲେ। ସାହିରେ ପାଖାପାଖି ୨୦ ପରିବାର ମାଟି ଚାଳଛପର ଘରେ ରହୁଥିବା ବେଳେ ହାତୀ ଭୟରେ ଶୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି।