ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେବେ ୧୧ ଆଦିବାସୀ ଛାତ୍ରଛାତ୍ରୀ

ମାଲକାନଗିରି: ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ଥରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳର ବଣ୍ଡା, କୋୟା, କନ୍ଧ ଆଦି ସମ୍ପ୍ରଦାୟର ଆଦିବାସୀ ଯୁବକ ଯୁବତୀ ମାନେ। ଏହି ଯୁବକ ଯୁବତୀ ମାନେ ମାଲକାନଗିରି ସ୍ଥିତ ଆଓମା ଗୁରୁକୂଳର ଛାତ୍ରଛାତ୍ରୀ ଭାବେ ଅଧ୍ୟୟନ କରି ଜୁଡୋ ଶିକ୍ଷା ଗ୍ରହଣ କରିଛନ୍ତି। ସୁଚନାଅନୁଯାୟୀ, ଆସନ୍ତା ୨ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜୁନିୟର ଜୁଡୋ ପ୍ରତିଯୋଗିତା ପାଇଁ ମାଲକାନଗିରିର ସମସ୍ତ ଖେଳାଳୀଙ୍କ ସହିତ ମୋଟ ୧୧ ଜଣ ଆଦିବାସୀ ଛାତ୍ରଛାତ୍ରୀ ଭୁବନେଶ୍ୱର ଗସ୍ତ କରିଛନ୍ତି।

ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଆଓମା ଗୁରୁକୂଳ ଏବଂ ଜିଲ୍ଲା ଜୁଡୋ ସଂଘର ସଭାପତି ରତ୍ନାକର ଦାଶ, ଦିଲ୍ଲୀପ ଦାଶ, ଆଓମା ଗୁରୁକୂଳର ମୁଖ୍ୟ ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର, ଚିନା ରାଓ, କେ. ଦେଶୀ ରାଜା ଆଚାରି, ଭବାନୀ ଜୈନ, କେ. ଵାଲା ରାଜୁ, ରାମ ମାଡକାମୀ, ଲକ୍ଷ୍ମୀ ସୋଡି, ମାଶି ହନ୍ତାଳ, ମନୋଜ କଚିମ ସମେତ ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଏବଂ ସଦସ୍ୟ ଉପସ୍ଥିତ ରହି ଖେଳାଳିଙ୍କୁ ପୁଷ୍ପ ଗୁଛ ଦେଇ ସଫଳତା କାମନା କରି ପ୍ରେରଣା ଦେଇଥିଲେ।

ସମ୍ବନ୍ଧିତ ଖବର