କଟକରେ କମିଶନରେଟ ପୁଲିସର ଏନକାଉଣ୍ଟର୍,ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ

କଟକ: କଟକରେ କମିଶନରେଟ ପୁଲିସର ଏନକାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି । ବାବୁ ନାଁରେ ପୁର୍ବରୁ ଏକାଧିକ ମାମଲା ରହିଛି। ଏନକାଉଣ୍ଟର୍ ବେଳେ ବାବୁ ପୁଲିସ ଉପରକୁ ପ୍ରତି ଆକ୍ରମଣ କରିଥିବା ସୂଚନା।

ଏହି ସମୟରେ ଦରଘାବଜାର ଥାନା ଅଧିକାରୀ ଓ ଜଣେ ସ୍ପେଶାଲ ସ୍କ୍ୱାର୍ଡ ସଦସ୍ୟ ଆହତ। ବାବୁ ଠାରୁ ପୁଲିସ ଗୋଟିଏ ବନ୍ଧୁକ ଓ ଗାଡି ଜବତ କରିଛି। ବାବୁ କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।

ସମ୍ବନ୍ଧିତ ଖବର