କରୋନା ସତର୍କତା: ଏନଫୋର୍ସମେଣ୍ଟ ଟିମ ଅଧିକାରୀମାନଙ୍କ ବିଭିନ୍ନ ପଂଚାୟତ ଗସ୍ତ

ଦେବଗଡ: ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ଏବଂ ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପର୍ଯ୍ୟବେକ୍ଷଣ ନିମନ୍ତେ ଗଠନ କରାଯାଇଥିବା ଏନଫୋର୍ସମେଣ୍ଟ ଟିମ୍ ୨୩ଜଣ ଅଧିକାରୀ ଆଜି ଜିଲ୍ଲାର ୨୩ଟି ପଂଚାୟତକୁ ଗସ୍ତ କରିଛନ୍ତିି । ସେମାନେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୩ଟି ପଂଚାୟତ ଯେଉଁଠାକୁ ବାହାର ରାଜ୍ୟରୁ ବେଶି ଲୋକ ଆସିଛନ୍ତି ସେ ଅଂଚଳ ଗସ୍ତ କରି କରୋନା ସତର୍କତାମୂଳକ ପଦକ୍ଷେପ ଗୁଡିକର କାର୍ଯ୍ୟକାରୀତା ଉପରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି ।

ଆଜି ଏହି ଟିମର ଅଧିକାରୀମାନେ ବାରକୋଟ ବ୍ଲକର ବସାଲୋଇ, କାଉଁସିବାହାଲ, ଡଅଁରା, ରାତାବାହାଲ, ସରୁଆଳି, ରମ୍ଭେଇ, ମଧ୍ୟପୁର,ବଳମ ଏବଂ କଣ୍ଢଳ ପଂଚାୟତ, ତିଲେଇବଣି ବ୍ଲକର ବଡଛାପଲ, କେନ୍ଦେଇଜୁରୀ, ଢୋଲପଡା, ଗଣ୍ଡମ, ସୁଗୁଡା, ଟାଇଁସର, ବଣିଆକିଲିଣ୍ଡା, ତିଲେଇବଣି ପଂଚାୟତ ଓ ରିଆମାଳ ବ୍ଲକର ବୁଡିଦୋ, ଗୁଣ୍ଡିଆପାଲି, ନୂଆଡିହି, ତାବ୍‌ଡା, ଟିଙ୍କବିର ପଂଚାୟତ ଗସ୍ତ କରି ସଂପୃକ୍ତ ଅଂଚଳର ସରପଂଚ, ୱାର୍ଡମେମ୍ବର ଓ ଅନ୍ୟ ଲୋକମାନଙ୍କ ସହିତ ଆଲୋଚନା କରି ସେମାନଙ୍କଠାରୁ ମୁଖ୍ୟତଃ ବାହାର ରାଜ୍ୟରୁ ଆସିଥିବା ଲୋକମାନେ ହୋମ କା୍ୱରେନ୍‌ଣ୍ଟାଇନରେ ରହୁଛନ୍ତି କି ନାହିଁ, ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା, ଅଂଚଳରେ ସାମାଜିକ ଦୂରତାର ରକ୍ଷା କରାଯାଉଛି କି ନାହିଁ ଏବଂ କୋଭିଡ-୧୯ ଓ ଲକ୍‌ଡାଉନ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରି ସେମାନଙ୍କର ରିପୋର୍ଟ କରୋନାସେଲକୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଆଧାରରେ କରୋନା ସେଲ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସମ୍ବନ୍ଧିତ ଖବର