ପୁରୀ: ଗଧୋଉଥିବା ବେଳେ ସମୁଦ୍ରରେ ଇଞ୍ଜିନିୟରିଂ ଛାତ୍ର ନିଖୋଜ

 

ପୁରୀ: ପୁରୀ ସମୁଦ୍ରକୂଳରେ ସମୁଦ୍ର ସ୍ନାନ କରୁଥିବା ବେଳେ ଆଜି ସକାଳେ ଜଣେ ଇୟ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି।  ନିଷକାଜ ଛାତ୍ରଙ୍କ ସହିତ ଥିବା ତାଙ୍କ ସାଙ୍ଗମାନେ ଏ ନେଇ ପାଟି କରିବାରୁ ସେଠାରେ ଥିବରେ ଲାଇଫ୍‌ଗାର୍ଡ଼ର ସଦସ୍ୟମାନେ ସମୁଦ୍ରରେ ନିଖୋଜ ଛାତ୍ରଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିହାରର  ବୋକାରୋସ୍ଥିତି ବିଟ୍ସ( ବିଆଇଟିଏସ)ର ଜଣେ ସାଇ କୃଷ୍ଣା କୁମାର ନାମକ  ଜଣେ ଛାତ୍ର ନିଜର ୩ ଜଣ ସାଙ୍ଗଙ୍କ ସହିତ ପୁଣୀ ବୁଲିବାକୁ ଆସିଥଲେ। ସେମାନଙ୍କ ସହିତ  ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଏକ ଗରେଶି କମ୍ପାନିରେ କାର୍ଯ୍ୟ କରୁଥିବା  ସାଇ କୃଷ୍ଣ କୁମାରଙ୍କ ଭଉଣୀ ମଧ୍ୟ ଯୋଗ ଦେତଇଳେ। ସେମାନେ ସମସ୍ତେ  ପୁରୀର ଆର୍ଯ୍ୟ ପାଲେସ ହୋଟେଲରେ ରହିଥଲେ। ଆଜି ସକାଳେ ସେମାନେ  ସମୁଦ୍ରରେ ଗାଧୋଉଥିବା ବେଳେ ଏକ ବଡ଼ ଲହଡ଼ିରେ ଶ୍ରୀ କୁମାର ଗଭୀର ପାଣି ଭିତରକୁ ଟାଣି ହୋଇ ନିଖୋଜ ହୋଇଯାଇଥିିଲେ। ସଙ୍ଗେ ସଙ୍ଗେ ତାଙ୍କ ସହିତ ଥିବା ଅନ୍ୟମାନେ ପାଟି କରିବାରୁ  ସେଠାରେ ଉପସ୍ଥିତ ଲାଇଫ ଗାର୍ଡ଼ମାନେ ପାଣିରେ ପଶି ଶ୍ରୀ କୁମାରଙ୍କୁ ଖୋଜାଖୋଜି କରୁଛନ୍ତି। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରୁଛି।

ସମ୍ବନ୍ଧିତ ଖବର