ଜୟପୁର:  ସ୍ଥାନୀୟ ଯାଦବ ଭବନ ଠାରେ ରବିବାର ଇପିଏଫ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟିର ମାସିକ ବୈଠକ ଶ୍ରୀ ନଳିନୀକାନ୍ତ ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର -୧୬ ତାରିଖ ଦିନ ଦେଶର ସମସ୍ତ ଜିଲ୍ଲା ର ଜିଲ୍ଲା ପାଳ ଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ଇପିଏଫ ପେନସନର୍ସ ମାନଙ୍କ ସର୍ବନିମ୍ନ ଦାବି ପତ୍ର ପ୍ରଦାନ କରାଯିବ। ସେଦିନ କୋରାପୁଟ ଜିଲ୍ଲାପାଳ ଅଫିସ୍ ରେ ପେନସନର୍ସ ମାନେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିବା ପାଇଁ କାର୍ଯ୍ୟ କ୍ରମ ଗ୍ରହଣ କରାଯାଇଛି। ଏହି ସର୍ବନିମ୍ନ ଦାବି ଗୁଡ଼ିକ ହେଲା ମାସିକ ସର୍ବନିମ୍ନ ପେନସନ ୯୦୦୦/ ଟଙ୍କା କରିବା, ପେନସନ ସହ ଡି ଏ ସାମିଲ୍ କରିବା , ସମସ୍ତ ଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା କିମ୍ବା ଆୟୁଷ୍ମାନ ଯୋଜନା ରେ ସାମିଲ କରିବା, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବର୍ଦ୍ଧିତ ପେନସନ ଲାଗୁ କରିବା ଇତ୍ୟାଦି ଦାବିନେଇ ଆନ୍ଦୋଳନ ହେବ।

Advertisment

ଆସନ୍ତା ଡିସେମ୍ବର ୧୨ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ମହାଧାରଣା ଅନୁଷ୍ଠିତ ହେବ ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବା ବେଳେ। ଓଡ଼ିଶାରୁ ୩୦ ଜଣ ଯୋଗଦେବେ। ତା ସହିତ ସେବା କାଗଜକଳର ଅବସରପ୍ରାପ୍ତ ଶ୍ରମିକମାନଙ୍କ ଦରମା ତଥ୍ୟ କେନ୍ଦ୍ର କୁ ଆଜି ପର୍ଯ୍ୟନ୍ତ ନ ପଠାଇବା ବିଷୟରେ ମ୍ୟାନେଜମେଣ୍ଟ୍ କୁ ସଂଘ ପକ୍ଷରୁ ଚିଠି ଦେବା ପାଇଁ ସ୍ଥିର କରାଯାଇଛି। ଆଜିର ବୈଠକରେ ସର୍ବଶ୍ରୀ ଉମା ଚରଣ ରଥ, ପ୍ରମୋଦ କୁମାର ମହାନ୍ତି, ଜି ପ୍ରସାଦ ରାଓ, ପି ଗୋବିନ୍ଦ ରାଓ, ଏସ୍ ପଟ୍ଟନାୟକ, ପି ରାମାରାଓ,ଏଭିଏନ୍ ରାଓ, ଦଣ୍ଡପାଣି ପାତ୍ର, କୈଳାସ ପଣ୍ଡା ପ୍ରମୁଖ ମତ ବ୍ୟକ୍ତ କରିଥିଲେ। ଶେଷରେ ଜି ପ୍ରସାଦ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।