କୋରାପୁଟ: କିଏ ଲିଭାଇଲା ଓଡ଼ିଆରେ ଲେଖାଥିବା ଗାଁର ନାମଫଳକ? କାହିଁକି ଓ କେଉଁ ଉଦେଶ୍ୟରେ ଏହି କାର୍ଯ୍ୟ ଭିଆଇଲା। ଏହି କାଣ୍ଡରେ କାହାର ହାତ ରହିଛି। କାହିଁକି ଜାଣି ଶୁଣି ଓଡ଼ିଆ ଓ ତେଲଗୁ ଭାଷାକୁ ନେଇ ବିବାଦ ସୃଷ୍ଟି କରାଯାଉଛି ତାହାର ମାନସମନ୍ଥନ କରିଛି ଜିଲ୍ଲା ପ୍ରଶାସନ। ଏହା ପଛରେ ରହିଥିବା ଅପରାଧୀଙ୍କୁ ଧରିବାକୁ ଜାଲ ବିଛାଇବ କି କୋରାପୁଟ ପୁଲିସ ଓ ଜିଲ୍ଲା ପ୍ରଶାସନ। ଘଟଣା ଦିନ ବାତ୍ୟା ‘ଗୁଲାବ’କୁ ନେଇ ପ୍ରଶାସନ ବ୍ୟସ୍ତ ରହିଥିବାବେଳେ ତିନି ତିନିଟି ରାସ୍ଥାରେ ବନ୍ୟା ଜଳ ଯୋଗୁଁ ବିଚ୍ଛିନ୍ନ ହେବା ସସମ୍ୟା ଆନ୍ଧ୍ର ଷଡଯନ୍ତ୍ରକାରୀଙ୍କୁ ବେଶ ସୁହାଇଥିଲା। ଏହାର ସୁଯୋଗ ନେଇ ଫଗୁଣସିନେରୀ ଓ ପାଟୁ ସିନେରୀରେ ଓଡିଆ ଫଳକ ମାରିବାଥିଲା। କିନ୍ତୁ ନାରେଡି ବାଲସାରେ କାହିଁକି ଓଡ଼ିଆ ଫଳକକୁ ବିକୃତ କରାଗଲା ତାହାକୁ ନେଇ ଓଡ଼ିଶାରେ ନାହିଁ ନାହିଁ ନ ଥିବା ସମସ୍ୟା ଉପୁଜିଛି। ତେବେ ଏହି କାଣ୍ଡ ପଛରେ ରହିଛି ଆନ୍ଧ୍ର ପକ୍ଷରୁ କୋଟିଆରେ ନିୟୋଜିତ ରହିଥିବା ଏଜେଣ୍ଟର। ଯେଉଁ ଫଳକ ଲାଗିଥିଲା ସେଥିରେ ଆନ୍ଧ୍ର ସରକାରଙ୍କର କୌଣସି ନାମ ରହି ନ ଥିବାବେଳେ ଏହାକୁ ସେହି ଅଞ୍ଚଳରେ ନିୟୋଜିତ ରହିଥିବା ଆନନ୍ଧ୍ର ଏଜେଣ୍ଟ ଲୋକ ଲଗାଇ ମାରିଥିଲେ। ତେବେ ନାରେଡିବାଲସାରେ ମଧ୍ୟ ଉକ୍ତ ଏଜେଣ୍ଟ ମାନେ ଏହି କାଣ୍ଡ ଭିଆଇଥିବା ବିଶେଷ ସୁତ୍ରରୁ ଜଣାପଡିଛି।
ମିଳିଥିବା ସୂଚବା ମୁତାବକ ନାରେଡିବାସଲା ନିକଟରେ ରହିଥିବା ଜଗନ୍ନାଥମନ୍ଦିର ନିକଟରେ ରବିବାର ଦିନ ଓଡ଼ିଆରେ ଲେଖାଥିବା ଓଡ଼ିଆ ଫଳକକୁ ବିକୃତ କରାଯାଇଥିଲା। ଉପାନ୍ତାରେ ଓଡ଼ିଶା ଭାଷା ଓ ଓଡ଼ିଆ ଜାତିକୁ ବିକୃତ କରାଯିବାକୁ ଯୋଜନା ହେଉଥିବାବେଳେ କାହିଁକି ଜିଲ୍ଲା ପ୍ରଶାସନ ଓ କୋରାପୁଟ ପୁଲିସ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ପଟାଙ୍ଗି ଓ ସୁଙ୍କି ପୁଲିସକୁ ଏହାକୁ ଦମନ କରିବାକୁ କାହିଁକି ମୁକ୍ତ କ୍ଷମତା ଦିଆଯାଉନି ତାହାକୁ ନେଇ ବୁଦ୍ଧିଜୀବୀ ନାନା ପ୍ରଶ୍ନ ଉଠାଇଛନ୍ତି। କୋରାପୁଟ ମାଟିରେ ରହିଛିଏହି ଏଜେଣ୍ଟଙ୍କୁ କେଉଁଠୁ ଏତେ ସାହାସ ମିଳୁଛି ଯେ ସେମାନେ ଏପରି କାଣ୍ଡ ଭିଆଇବାକୁ ସହାସ କରୁଛନ୍ତି। ଅନୁପ୍ରବେଶ ଓ ବିଭିନ୍ନ କାର୍ଯ୍ୟକ୍ରମ କରିବା ଯାଏ ଏହା ସୀମିତ ରହିଥିବାବେଳେ ଓଡ଼ିଆ ଭାଷାରଫଳକୁ ବିକୃତ କରାଯିବାକୁ ଆଦୌ ବରଦାସ୍ତକରାଯିବ ନି ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆନ୍ଧ୍ରପକ୍ଷରୁ କୋଟିଆ ପଞ୍ଚାୟତର ୨୨ଟି ଗ୍ରାମପୁଞ୍ଜରେ ଜଣେ ଲେଖାଏଁ ଅର୍ଥ ଦେଇ ରଖିଛି ଆନ୍ଧ୍ର ସରକାର। ଏହିମାନେ ମାସକୁ ୧୦ ହଜାର ଟଙ୍କା ସହ ଅନ୍ୟ ସାମାଜିକ ସୁରକ୍ଷା ସୁବିଧା ପାଉଛନ୍ତି। ଖାଲି ଯେ ଆନ୍ଧ୍ର ସରକାର ସୁବିଧା ପାଉଛନ୍ତି ତାହା ନୁହେଁ ଓଡ଼ିଶା ସରକାରଙ୍କଠାରୁ ସୁବିଧା ପାଇ ଓଡ଼ିଶାକୁ ଭଲ ମନ୍ଦ କହି ଆନ୍ଧ୍ରଠାରୁ ଲୁଟୁଛନ୍ତି ଟଙ୍କା। ତେବେ ସାମାନ୍ୟ କିଛିଟା ଟଙ୍କା ପାଇଁ ଏହିମାନେ ଓଡ଼ିଶା ରହି ଓଡିଶା ପ୍ରତି ବିଶ୍ବାସଘାତକ କରୁଛନ୍ତି। ସେମାନଙ୍କୁ କିନ୍ତୁ ପାନେ ଦେବାକୁ କୋରାପୁଟ ପ୍ରଶାସନର ଝୁ ନାହିଁ। ପ୍ରତି ଗାଁରେ ରହିଥିବା ଏହି ଆନ୍ଧ୍ର ଏଜେଣ୍ଟଙ୍କୁ ପାନେ ଦେବାକୁ କୋରାପୁଟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ସେମାନଙ୍କ ଚେର ପାତାଳକୁ ଲମ୍ବି ଗଲାଣି। ଓଡ଼ିଶା ସରକାରଙ୍କର ପ୍ରତିଟି ପଦକ୍ଷେପକୁ ଏହି ଏଜେଣ୍ଟ ମାନେ ପ୍ରତିହତ କରୁଥିବାରୁ ଦିନକୁ ଦିନ ଏହି ଗାଁ ଗୁଡିକରେ ଏହି ଏଜେଣ୍ଟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିନ ଥିଲା ଏହି ଗ୍ରାମପୁଞ୍ଜରେ ମାତ୍ର କେଇ ଜଣ ରହିଥିବାବେଳେ ଏବେ ୨୮ରୁ ୩୦ଜଣ ରହି ଆନ୍ଧ୍ର ପାଇଁ କାମ କରୁଛନ୍ତି।
ଏନେଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, ସାଲୁର ବିଧାୟକ ଓ ପାର୍ବତୀପୁରମ ପିଓ ଆଇଟିଡିଏଙ୍କ ଇସାରାରେ କୋଟିଆରେ ଏହି ଏଜେଣ୍ଟମାନେ ସମସ୍ୟା ସୃଷ୍ଟି କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଏପରି ରାଜଦଣ୍ଡ ଭିଆଇଥିବା ଲୋକଙ୍କ ବିରୋଧରେ ଅପରାଧିକ ମାମଲା କରାଯାଉ। ସେମାନେଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉ। ଏହାପରେ ଆନ୍ଧ୍ର ପ୍ରଶାସନ ଓ ସାଲୁର ବିଧାୟକ ଜାଣିବେ ଯେ ଓଡ଼ିଆ ଭାଷାକୁ ବିକୃତ କରିବାର ଫଳ କ’ଣ ? ଏହାସହ ସେ ପଟାଙ୍ଗ ପୁଲିସକୁ ମୁକ୍ତ ହାତ ପ୍ରଦାନ କାହିଁକି କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ଯେ ଫଳକକୁ ବିକୃତ କରି ବିକୃତ ମାନସିକତାର ପରିଚୟ ଦେଇଛନ୍ତି। ଏହାକୁ ଦୃ୍ଢ ବିରୋଧ କରାଯିବ। ଏବେ ଜିଲ୍ଲାପ୍ରଶାସନ ବାତ୍ୟା ଗୁଲାବ ଜନିତ କ୍ଷୟକ୍ଷତି ଆକଳନ, ସମୀକ୍ଷା ସହ କୋଟିଆ-ମାଡକାର ରାସ୍ତା ଏବଂ ବିଟ୍ରିଶ ବ୍ରିଜ୍କୁ ପୁନଃରୁଦ୍ଧାର କରାଯିବାକୁ ଦୃଷ୍ଟି କେନ୍ଦ୍ରୀତ କରା ଚାଲିଛି ବୋଲି ସେ କହିଛନ୍ତି।