ଖ୍ରୀଷ୍ଟିୟାନପେଟା ରାସ୍ତା ଉପରୁ ଜେସିବି ଲଗାଇ ଗୃହ ନିର୍ମାଣ ସାମଗ୍ରୀ ଉଠାଇଲା‌ ପୌରପାଳିକା

ଜୟପୁର: ସ୍ଥାନୀୟ ଖ୍ରୀଷ୍ଠିୟାନ ପେଟ୍ଟା ୱାର୍ଡ ନଂ ୫ ଅଞ୍ଚଳରେ ଘର ନିର୍ମାଣ କରିବା ପାଇଁ ବାଲି, ପଥର, ଇଟା, ଚିପ୍ସ ଓ ମେଟାଲ ଆଦି ରାସ୍ତା ଏବଂ ଡ୍ରେନ ଉପରେ ଜମ‌ା କରି ରଖିଥିଲେ। ଗତକାଲି ପୌରପାଳିକାର କର୍ମଚାରୀ ଓ ଟାଉନ ପୁଲିସ ଘଟଣାସ୍ଥଳକୁ ଯାଇ ତଦାରଖ କରିବା ସହ ଯେଉଁମାନେ ଏଭଳି ରାସ୍ତା ଅବ‌ରୋଧ କରି ରଖିଛନ୍ତି ସେମାନଙ୍କୁ କଡ଼ା ତାଗିଦ କରି ଉଠାଇବାକୁ କହିଥିଲେ।

ତେବେ ସେମାନେ ନ ଉଠାଇବାରୁ ଆଜି ପୌରପାଳିକା ପକ୍ଷରୁ ଜେସିବି ଲଗାଇ ସବୁ ହଟାଯାଇଥିଲା। ଜଣଙ୍କ ଠାରୁ ‌ଜରିମାନା ବାବଦକୁ ୫୦୦ ଟଙ୍କା ଆଦାୟ କରାଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧିତ ଖବର