ଗଜପତି: ଏମ୍‌ଆର ହାଇସ୍କୁଲ ଠାରୁ ଜିଲ୍ଲାପାଳଙ୍କ ନୂତନ କୋଠାକୁ ସ୍ଥାନାନ୍ତର ହେଲା ଇଭିଏମ୍‌

ପାରଳାଖେମୁଣ୍ଡି: ସାମୁଦ୍ରିକ ଝଡ଼ ଫନିକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ମହରାଜା ହାଇସ୍କୁଲ ଠାରୁ ଆଜି ଅପରାହ୍ଣରେ ଇଭିଏମ ଗୁଡ଼ିକ ଜିଲ୍ଲାପାଳଙ୍କ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏମଆର ହାଇସ୍କୁଲର ଏକ ଟିଣ ଛାଉଣୀ କୋଠରୀକୁ ଷ୍ଟ୍ରଙ୍ଗରୁମ କରାଯାଇଥିଲା।

ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ଗତ ଏପ୍ରିଲ ୧୧ରେ ମତଦାନ ହୋଇଥିଲା। ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ହୋଇଥିବା ମତଦାନ କେନ୍ଦ୍ରରେ ବ୍ୟବହାର ହୋଇଥିବା ଇଭିଏମ-ଭିଭିପ୍ୟାଟକୁ ଏମଆର ହାଇସ୍କୁଲରେ ରଖାଯାଇଥିଲା।

ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ‘ଫୋନି’ ମେ’ ୩ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁପାରେ। ସ୍ଥଳ ଭାଗକୁ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୨୦୫ କିଲୋମିଟର ପବନ ବୋହିପାରେ। ତେଣୁ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍‌ ଗୁଡ଼ିକ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର