ବାରିପଦା: ମୟୂରଭଂଜ ଜିଲ୍ଲାର ବଡସାହି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମନୋରଂଜନ ସେଠୀ ଶୁକ୍ରବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ବିଧାୟକ ସେଠୀ ନିଜର ଇସ୍ତଫା ପତ୍ରକୁ ଦଳୀୟ ସଭାପତିଙ୍କୁ ପଠାଇଛନ୍ତି।
/sambad/media/post_attachments/wp-content/uploads/2019/03/bpd-720x1024.jpg)
ସୂଚନାଯୋଗ୍ୟ ଆଜି ବିଜେଡିର ୧୮ଟି ବିଧାନସଭା ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ନବୀନଙ୍କ ଘୋଷଣା ଅନୁସାରେ ବଡସାହି ଆସନରୁ ବୃନ୍ଦାବନ ଦାସଙ୍କୁ ଟିକେଟ ମିଳିଛି। ନିଜକୁ ଟିକେଟ ନମିଳିବା ପରେ ବିଜେଡିରୁ ଇସ୍ତଫା ଦେବା ପାଇଁ ମନୋରଂଜନ ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/BJD.jpg)