ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନିକଟ ବରୁଣେଇ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଏକ କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦୀନ ଯୋଗ ଦେଇଥିଲେ । ପୂର୍ବାହ୍ଣ ପ୍ରାୟ ୯ଟା ବେଳେ ସେ ଶିକ୍ଷାନୁଷ୍ଠାନ ପରିସରରେ ପହଂଚିଥିଲେ । ଅନୁଷ୍ଠାନ ପରିସରରେ ଏକ କ୍ରିକେଟ୍ ଅକାଦମୀ ଓ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ । ଶିବିରରେ ଯୋଗ ଦେଇଥିବା ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ କ୍ରିକେଟ୍ କୌଶଳ ଶିଖାଇଥିଲେ ।
/sambad/media/post_attachments/wp-content/uploads/2022/05/f4a48029-0f64-4f0a-a2cc-fdea218dc858-e1652618098810.jpg)
ଏହି ଅବସରରେ ସେ କହିଥିଲେ ଯେ ଓଡ଼ିଶାର ଖେଳାଳିମାନେ ମଧ୍ୟ ବିଭିନ୍ନ ମ୍ୟାଚ୍ରେ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ରାଜ୍ୟରେ କ୍ରିକେଟ୍ ଖେଳ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ଏଭଳି ଅକାଦମୀ ଓ ପ୍ରଶିକ୍ଷଣ ଶିବିର ଏହାକୁ ବିକଶିତ କରିବ ବୋଲି କହିଥିଲେ । ଅପରାହ୍ନରେ ଆଝାରୁଦ୍ଦୀନ ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଓଡ଼ିଶାର ଖେଳାଳିଙ୍କୁ ପ୍ରଶଂସା କରିଥିଲେ।
/sambad/media/post_attachments/wp-content/uploads/2022/05/Azharuddin-at-KT-global-Khordha-11-e1652617397707-1024x487.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Azharuddin-at-KT-global-Khordha-12.jpeg)