କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଭୁଜାଲିରେ ହାଣି ହତ୍ୟା

କଟକ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଭୁଜାଲିରେ ହାଣି ହତ୍ୟା। ଆକ୍ରମଣ ପରେ ଗୁରୁତର ପୂର୍ବତନ ଅଧ୍ୟକ୍ଷ ସିଦ୍ଧେଶ୍ୱର ମହାପାତ୍ରଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଛି।

ଅନ୍ୟପଟେ ଆକ୍ରମଣକାରୀକୁ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଭୁଜାଲି ମଧ୍ୟ ଜବତ କରିଛି ପୁଲିସ। ତେବେ କେଉଁ କାରଣରୁ ପୂର୍ବତନ ଅଧ୍ୟକ୍ଷଙ୍କୁ ଆକ୍ରମଣ କରାଗଲା, ତାହା ବର୍ତ୍ତମାନ ସୁଦ୍ଧା ପୁଲିସ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି ପୁଲିସ।

ସମ୍ବନ୍ଧିତ ଖବର