ଜୟପୁର: ସଂପ୍ରତି କୋରାପୁଟ ଜିଲ୍ଲାରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ.ଗିରିଧର ଗମାଙ୍ଗଙ୍କ ପରିବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ଘଟଣାକୁ ନେଇ ରାଜନୈତିକ ଉଷ୍ମତା ଜୋର ଧରିଛି। ତେବେ ଏଥିରେ ସତ୍ୟତା ରହିଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। କଂଗ୍ରେସ ଦଳରୁ ୯ଥର ଜିତି ସାଂସଦ ହେବା ସହ ମୁଖ୍ୟମନ୍ତ୍ରୀ, ପିସିସି ସଭାପତି ସହ ବହୁ ରାଜ୍ୟ ଓ ଜାତୀୟ କଂଗ୍ରେସର ପଦପଦବିରେ ରହି ଆସିଥିଲେ ଡ.ଗମାଙ୍ଗ। ସେ କିମ୍ବା ତାଙ୍କ ପରିବାର କେବେ ବି କେଉଁ ଠାରେ ଗାନ୍ଧୀ ପରିବାର କିମ୍ବା ବିଧାୟକ, ଜିଲ୍ଲାସଭାପତିଙ୍କ ବିରୋଧରେ କହି ନାହାନ୍ତି। ଡ.ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ ଏହାରି ମଧ୍ୟରେ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଭେଟିଥିଲେ।
ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କ ଉପସ୍ଥିତିରେ ଭେଟଘାଟ ହୋଇଛି। ଦଳର ହାଇକମାଣ୍ଡ ସଭାପତି ଡ.ମଲ୍ଲିକାର୍ଜୁନ ଖାଡଗେ୍ ଯାହା ନିର୍ଦ୍ଦେଶ ଦେବେ ତାହା ହେବ ବୋଲି କହିଛନ୍ତି ଜୟପୁର ବିଧାୟକ। ସାଂସଦଙ୍କ ସହ ଲାଗି ରହିଥିବା ବିବାଦରୁ ଶତ୍ରୁରୁ ଶତ୍ରୁକୁ ମିତ୍ର କରି କିଛି ଗୋଟି ଚାଳାନା କରିବା ଲକ୍ଷ୍ୟ ଜୟପୁର ବିଧାୟକଙ୍କର ଇଛା ରହିଛି କି ବୋଲି ପଚାରିବାରେ ସେଭଳି କିଛି ନାହିଁ ବୋଲି ସଫେଇ ଦେଇଛନ୍ତି। ଏଆଇସିସିର ନିର୍ଦ୍ଦେଶରେ ଡ.ଗମାଙ୍ଗ ପରିବାରକୁ ଭେଟାଇବାକୁ ନେଇଥିଲେ ଏବଂ ଯେଉଁ ଦିନ ସେମାନେ ନିର୍ଦ୍ଦେଶ ଦେବେ ସେ ଦିନ ଏମାନେ କଂଗ୍ରେସରେ ସାମିଲ ହେବେ।
ସେଭଳି ତାଙ୍କ ବନ୍ଧୁ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବି କଂଗ୍ରେସ ଦଳରେ ଯୋଗ ଦେବା ପାଇଁ ତାଙ୍କ ସହ ଯୋଗାଯୋଗ କରିଥିବା କହିଛନ୍ତି ଜୟପୁର ବିଧାୟକ। ତେବେ ଦଳ କାହାକୁ ସାଂସଦ ପ୍ରାର୍ଥୀ କଲେ ସିଏ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସମର୍ଥନ କରିବା ସହ ଗତ ଥର ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କୁ ଜିତାଇବା ପରି ଏଥରକ ବି କଂଗ୍ରେସ ସାଂସଦଙ୍କୁ ଜିତାଇବେ ବୋଲି କହିଛନ୍ତି ତାରା। ନବରଙ୍ଗପୁର ଜିଲ୍ଲାରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ଥିବା ପ୍ରଦୀପ ମାଝୀ ଦଳ ଛାଡ଼ି ଯିବା ପରେ କିଏ ସେଠାରେ ପ୍ରାର୍ଥୀ ହେବେ, ଗମାଙ୍ଗ ପରିବାରର ନା ଆଉ କିଏ ବୋଲି ପଚାରିବାରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳମାଝୀ, ଜିଲ୍ଲା ପରିଷଦ ସଭ୍ୟା ଡ.ଲିପିକା ମାଝୀ ଭଳି ନେତା ରହିଛନ୍ତି। ତେବେ ଏଆଇସିସି ଏବଂ ହାଇକମାଣ୍ଡର ଯାହା ନିଷ୍ପତ୍ତି ତାହାକୁ ସେ ଅକ୍ଷର ଅକ୍ଷରରେ ପାଳନ କରିବେ ବୋଲି କହିଛନ୍ତି ଜୟପୁର ବିଧାୟକ। ୨୦୦୯ମସିହାରେ ସେତେବେଳେର ସାଂସଦ ପ୍ରାର୍ଥୀ ଡ.ଗମାଙ୍ଗ କଂଗ୍ରେସ ଟିକେଟ ଦେଇ ନଥିଲେ। ତେବେ ତାଙ୍କୁ ଶତ୍ରୁ ଭାବେ ଆପଣ ଭାବୁ ନାହାନ୍ତି କି ? ଆପଣଙ୍କ ଶତ୍ରୁକୁ କିଭଳି ମିତ୍ର କଲେ ବୋଲି ପଚାରିବାରେ ରାଜନିତୀରେ କିଏ ଶତ୍ରୁ ନାହାନ୍ତି। ସବୁ ତାଙ୍କର ମିତ୍ର ବୋଲି କହିଛନ୍ତି ବିଧାୟକ। ଏମାନେ କଂଗ୍ରେସକୁ ଆସିଲେ ଦଳର ସଂଗଠନ ଆହୁରି ଅଧିକା ମଜଭୁତ ହେବ ବୋଲି କହିଛନ୍ତି ଜୟପୁର ବିଧାୟକ ।