ଯାଜପୁରର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନାଙ୍କର ପରଲୋକ

ଯାଜପୁର: ଯାଜପୁର ବିଧାନସଭା ନିବାଚନମଣ୍ଡଳିିର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନାଙ୍କର ଗତକାଲି ରାତିରେ ପରଳୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।
ଯାଜପୁର ବିଧାନସଭା ଆସନରୁ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ପ୍ରଥମ ଥର ପାଇଁ ଶଅୀ ଜେନା ବିଧାୟକ ହୋଇଥିଲେ। ପରେ ଶ୍ରୀ ଜେନା ୨୦୦୦ ମସିହାରୁ ୨୦୦୪ ମସିହା ଯାଏ ବିଜେଡ଼ି ଦଳ ଟିକେଟରେ ନିର୍ବାଚନ ଜିଣି ଯାଜପୁରର ବିଧାୟକ ହୋଇଥିିଲେ। ୧୯୪୩ ମସିହାରେ ଯାଜପୁର ରାମବାଗ କଟିକଟା ଗ୍ରାମରେ ଜନ୍ମିତ ଶ୍ରୀ ଜେନା ଗତକାଲି ରାତିରେ ତାଙ୍କ କଟିକଟାସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସମ୍ବନ୍ଧିତ ଖବର