ବିଜେଡିରେ ଯୋଗଦେଲେ ବୀରମହାରାଜପୁର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପତି ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଇରାଝୁଲି ପଡ଼ିଆରେ ଆୟୋଜିତ ବିଜେଡିର ସଭାରେ ସେ ଯୋଗ ଦେଇଛନ୍ତି।

ବିଜେଡି ନେତା ଭିକେ ପାଣ୍ଡିଆନ୍‌, ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଏବଂ ବିଜେଡିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ଉପସ୍ଥିତିରେ ଶ୍ରୀ ପତି ଆନୁଷ୍ଠାନିକ ଭାବରେ ବିଜେଡ଼ି ରେ ଯୋଗଦାନ କରି ଏହି ନିର୍ବାଚନରେ ପଦ୍ମନାଭ ବେହେରାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ କରିବାର ଲକ୍ଷ୍ୟ ରହିବ ବୋଲି କହିଛନ୍ତି‌। କଂଗ୍ରେସରେ ଥିବାବେଳେ ମୁଁ ଗୋଧନେଶ୍ବର ମହାନଦୀ ବ୍ୟାରେଜ୍ ଓ କପାସିରା ବ୍ୟାରେଜ ପାଇଁ ଲାଗିଥିଲି। ଗୋଧନେଶ୍ବର ବ୍ୟାରେଜ୍ ଟେଣ୍ଡର ହୋଇଥିବାବେଳେ କପାସିରା ବ୍ୟାରେଜ୍ ହେଲେ ବିଶେଷ ଭାବରେ କୃଷକମାନେ ଉର୍ଣ୍ଣତି  କରିବେ ବୋଲି କହିଛନ୍ତି। ତ।ଙ୍କ ସହିତ ଟିକାୟତ ମେହେର, ଯୁବ ନେତା ଶ୍ୟାମ ସୁନ୍ଦର ନନ୍ଦ, ଲଳିତ ମେହେର ଓ ଅନ୍ୟାନ୍ୟ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର