ଅନୁଗୁଳ: ଜଣେ ୫୦ ବର୍ଷୀୟ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଛେଣ୍ଡିପଦା ବସ ମାଲିକ ସଂଘର ସଭାପତି ତଥା ପୂର୍ବତନ ସରାପଞ୍ଚ ଉମେଶ ପ୍ରଧାନଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନଗୁଳ ଜିଲ୍ଲା ଜଜ୍ ସଞ୍ଜୟ କେଶରୀ ସ୍ୱାଇଁ।
ଅଭିଯୋଗ ଅନୁଯାୟୀ, ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ୫୦ ବର୍ଷୀୟ ଦଳିତ ମହିଳାଙ୍କୁ ଅଭିଯୁକ୍ତ ଶ୍ରୀ ପ୍ରଧାନ ଗତ ୨୦୦୭ ମସିହା ଜୁଲାଇ ମାସ ୭ ତାରିଖ ଦିନ ଦୁଷ୍କର୍ମ କରିଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଥିଲା। ୨୦୦୭ ମସିହା ଜୁଲାଇ ମାସ ୭ ତାରିଖ ରାତି ୧୨ଟା ବେଳେ ମହିଳାଜଣକ ଘରେ ଏକୁଟିଆ ଥିବା ବେଳେ ସେତେବେଳେ ସରପଞ୍ଚ ଥିବା ଶ୍ରୀ ପ୍ରଧାନ ତାଙ୍କ ଘରେ ପଶି ତାଙ୍କୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ମହିଳାଜଣକ ଅଭିଯୋଗ କରିଥିଲେ। ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରି ମାନ୍ୟବର ଜିଲା ଜଜ୍ ଶ୍ରୀ ସ୍ୱାଇଁ ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅନୁଗୁଳ: ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କୁ ୭ ବର୍ଷ କାରାଦଣ୍ଡ
/sambad/media/post_attachments/wp-content/uploads/2018/06/Jail_Victim.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)