ବିଦ୍ୟାଳୟକୁ ଲକ୍ଷେ ଟଙ୍କା ଦେଲେ ପୂର୍ବତନ ଛାତ୍ର

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ସର୍ବପୁରାତନ ସ୍କୁଲ୍‌ ହାଟଡିହି ହାଇସ୍କୁଲ୍‌କୁ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢ଼ାଇଛନ୍ତି। ଏହାଦ୍ୱାରା ସ୍କୁଲ୍‌ର ଭିତ୍ତିଭୂମି ବିକାଶ ହେବ। ଏହି ସ୍କୁଲ୍‌ର ୧୯୭୧ ବ୍ୟାଚ୍‌ର ଛାତ୍ର ଯଦୁମଣି ଜେନା ମୋ ସ୍କୁଲ୍‌ ଅଭିଯାନରେ ସ୍କୁଲ୍‌କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ‘ଦକ୍ଷତା ବୃଦ୍ଧି କେନ୍ଦ୍ର’ ପ୍ରତିଷ୍ଠା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦୁମଣିଙ୍କ ଏହି ପଦକ୍ଷେପକୁ ପୁରାତନ ଛାତ୍ରଛାତ୍ରୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର