ସର୍ବଭାରତୀୟ ସହକାରୀ ଅଡିଟ ଅଫିସର ପରୀକ୍ଷାରେ ଜଟଣୀର ରୋଶନ ଜେନା ପ୍ରଥମ

ଖୋର୍ଦ୍ଧା: ସର୍ବଭାରତୀୟ ସହକାରୀ ଅଡିଟ୍ ଅଫିସର ପରୀକ୍ଷାରେ ଜଟଣୀ ରେଳବାଇ କଲୋନୀର ରୋଶନ କୁମାର ଜେନା ପ୍ରଥମ ହୋଇଛନ୍ତି ।ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ହେଉଥିବା ଏହି ପରୀକ୍ଷା ନେଇ ୨୦୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଭିନ୍ନ ଆନୁସଙ୍ଗିକ ଯାଂଚ, ପରୀକ୍ଷା ଓ କରୋନା କଟକଣା ଯୋଗୁଁ ଦୀର୍ଘ ୩ ବର୍ଷ ପରେ ଏପ୍ରିଲ୍୧,  ୨୦୨୧ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ଏହି ପରୀକ୍ଷାରେ ଦେଶର ୨୬ ଲକ୍ଷ ଯୁବକ ଆବେଦନ କରିଥିଲେ ଓ ୯ ଲକ୍ଷ ଆବେଦନକାରୀ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରୁ ଜାତୀୟସ୍ତରରେ ସଫଳ ହୋଇଥିବା ୨୯୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଜଣ ଓଡ଼ିଶାରୁ କୃତକାର୍ଯ୍ୟ ହୋଇଥିଲା ।

ରୋଶନଙ୍କ ପିତା ଜଟଣୀ ଡିଆରଏମ କାର୍ଯ୍ୟାଳୟରେ ନିରୀକ୍ଷକ ଭାବେ କାର୍ଯ୍ୟ କରନ୍ତି ଓ ଜଟଣୀ ରେଳବାଇ କଲୋନୀରେ ରୁହନ୍ତି । ରୋଶନ ଖୋର୍ଦ୍ଧା କେନ୍ଦ୍ରୀୟ ସ୍କୁଲରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷାଲାଭ କରିବା ପରେ ରାଉରକେଲା ଏନ୍ଆଇଟିରୁ ୨୦୦୮ରେ ମେକାନିକାଲ୍ ଇଂଜିନିୟରିଂରେ ବିଟେକ୍ ପାଶ୍ କରିଥିଲେ । ତେବେ ଏହି ସଫଳତାରେ ସେ ଖୁସୀ ହୋଇଥିଲେ ମଧ୍ୟ ଏହା ତାଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ସେ ସର୍ବଭାରତୀୟ ପ୍ରାଶାସନିକ ସେବାରୁ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍ ଅଧିକାରୀ ହେବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି ।

ସମ୍ବନ୍ଧିତ ଖବର