ଯାଜପୁର: ୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ଗ୍ରାମରେ ଗତକାଲି ରାତିରେ ଅବକାରୀ ବିଭାଗ ଚଢ଼ାଉ କରି ୫୦ କେଜିରୁ ଊର୍ଧ୍ୱ ଗଞ୍ଜେଇ ଜବତ କରିବା ସହିତ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି।
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲଣ ଗ୍ରାମର ଟିମସେନ ସାହୁ( ୪୫ ବର୍ଷ) ଓ ସୁରେନ୍ଦ୍ର ସାହୁ(୩୦ ବର୍ଷ)ଙ୍କ ଘରେ ଏକ ଦସ୍ତା ବାକ୍ସ ଭିତରେ ୫ଟି ବଣ୍ଡଲରେ ଥିବା ପ୍ରାୟ ୫୦ କେଜି ଓଜନର ଗଞ୍ଜେଇକୁ ଗତକାଲି ରାତିରେ ଅବକାରୀ ବିଭାଗ ଜବତ କରିଛି। ଏହି ଘଟଣରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର