ରାୟଗଡା: ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ମଦ ଜବତ କରାଯିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀ ବିଷମକଟକ ଥାନା ଅଂଚଳର କୁମାରଧାମଣୀ ଏବଂ ବେସିଆପଡାରେ ଚଢାଉ କରାଯାଇ ୧୫୦ ଲିଟର ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତ ଆସାମୀମାନେ ହେଲେ ସୁଷମା କୁସଲିଆ ଏବଂ ଦାମୋଦର ବେହେରା। ସେହିପରି ବାତାପୁର,ଚାଟିକଣା,ଗତିଗୁଡା ଭଳି ଗ୍ରାମରେ ଚଢାଉ କରାଯାଇ ୨୭୦୦ ଲିଟର ପୋଚ ନଷ୍ଟ କରାଯାଇଛି। ଏହି ଚଢାଉରେ ଇନସପେକ୍ଟର ହିତାଂଶୁ ଶେଖର ମଲ୍ଲିକ, ପ୍ରିତିଧର ନାୟକ, ଓଆଇସି ପଙ୍କଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Rgda-excise-raid-1.jpg)