ଅବକାରୀ ଚଢ଼ଉ, ୪ ଗିରଫ

ରାଉରକେଲା: ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଆଜି ଅବକାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଅନୈତିକଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୮ ସମଲେଶ୍ବରୀ ବସ୍ତିର ଆର୍ତ୍ତ ମାଛକୁଣ୍ଡ(୩୦), ଗୋଲଘର ନୂଆବସ୍ତିର ମାଙ୍ଗୁ ବଡ଼ାଇକ(୫୫), ଗୋଲଘର ଲକ୍ଷ୍ମୀପାଲୀର ରଘୁନାଥ ଲୋହାର(୫୬) ଓ ତୁମକେଲା ତାମଡ଼ା ବସ୍ତିର ଶଙ୍କର ଭୂମିଜ(୪୦)। ଅଭିଯୁକ୍ତମାନଙ୍କଠାରୁ ୧୪୦ ଲିଟର ଦେଶୀ ମଦ ଜବତ ହୋଇଛି। ସହରର ବିଭିନ୍ନ ବସ୍ତିରେ ଏବେ ଦେଶୀ ମଦ ବିକ୍ରି ବେଲଗାମ ହୋଇଛି। ବିଳମ୍ବରେ ହେଉପଛେ ଆଜି ଏହି ବସ୍ତିଗୁଡ଼ିରେ ଅବକାରୀ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ବିଭିନ୍ନ ସ୍ଥାନରେ ଚଢ଼ଉକରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର