ବୈପାରିଗୁଡା: ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ବୈପାରିଗୁଡା ଅବକାରୀ ବିଭାଗ ତରଫରୁ ଚଢ଼ଉ କରି ବିପୁଳ ପରିମାଣରେ ପୋଚ ଏବଂ ମଦ ଜବତ କରି ନଷ୍ଟ କରାଯାଇଥିବା ବେଳେ ଦୁଇ ଜଣ ମଦ ବେପାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଜୟପୁର ଅବକାରୀ ବିଭାଗ, ବୈପାରିଗୁଡା ପୁଲିସଙ୍କ ସହିତ କୋରାପୁଟ ଏପିଆର୍ ଫୋର୍ସ ସହଯୋଗ କରିଥିଲେ। ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ଏବଂ ଦୋରାଗୁଡା ଠାରେ ବେଆଇନଭାବେ ରନ୍ଧାଯାଉଥିବା ମଦ ଭାଟି ଉପରେ ଚଢ଼ଉ କରାଯାଇ ୧୦୦୦ ଲିଟର ପୋଚ ଏବଂ ୧୩୦ ଲିଟର ଦେଶୀ ମଦ ଜବତ କରାଯାଇ ତାହାକୁ ନଷ୍ଟ କରାଯାଇଥିଲା। ଏହି ଚଢ଼ଉରେ ଅବକାରୀ ବିଭାଗ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ବାଳ, ଓଆଇସି ସଂଜୟ କୁମାର କାଣ୍ଡିଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ। ଦୁଇ ଦେଶୀ ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବୈପାରିଗୁଡା ଅବକାରୀ ସଂଜୟ କୁମାର କାଣ୍ଡି ପ୍ରକାଶ କରିଛନ୍ତି।
ଅବକାରୀ ଚଢ଼ଉ: ଦୁଇ ଗିରଫ ସହ ବିପୁଳ ପରିମାଣର ମଦ ନଷ୍ଟ
/sambad/media/post_attachments/wp-content/uploads/2022/10/0cff88ba-3356-44fc-b481-05d92dc98e7c-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)