୭୦ କୁଇଣ୍ଟାଲ ଚୋରା ମହୁଲ ଜବତ, ଜଣେ ଗିରଫ

ରାଉରକେଲା: ଚୋରା ମହୁଲ ବେପାରୀଙ୍କ ଉପରେ ଅବକାରୀ ବିଭାଗର ତୀକ୍ଷ୍ଣ ନଜର। ଅବକାରୀ କମିସନରଙ୍କ ନିର୍ଦ୍ଧେଶକ୍ରମେ ସମଗ୍ର ରାଜ୍ୟରେ ବେଆଇନ ମହୁଲ ମହଜୁଦକାରୀଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରହିଛି। ଏହିକ୍ରମରେ ରାଉରକେଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ ଦ୍ୱାରା ବିଶ୍ରା ବ୍ଲକ ଅଞ୍ଚଳରୁ ନିରଜ ଶାହା ନାମକ ଜଣେ ମହୁଲ ବେପାରୀଙ୍କ ଗୋଦାମ ଉପରେ ଚଢ଼ାଉ କରାଯାଇ ୭୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ ନିରଜ ଶାହାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।

ସମ୍ବନ୍ଧିତ ଖବର