ଭଦ୍ରକ: ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ, ୪ ଗିରଫ

ଭଦ୍ରକ: ଆଜି ସକାଳେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ପ୍ରଦକ ସୁମୁଳିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିିରଫ କରାଯାଇଛି।
ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ଅବକାରୀ ବିଭାଗର ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଏକ ସ୍ୱତନ୍ତ୍ର ଟିମ୍‌ ଭଦ୍ରକ ଜିଲ୍ଲାର ସୁମୁଳିଆ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫ଶହ ଲିଟର ଦେଶୀ ମଦ, ୮୫୦ ବୋତଲ ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ଜଗନ୍ନାଥ ପ୍ରଧାନ, ରବୀନ୍ଦ୍ର ପାଢ଼ୀ, ମହେଶ୍ୱର ଶଙ୍ଖୁଆ ଓ ଶତୃଘ୍ନ ମହାନ୍ତିଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର