ସୁନ୍ଦରଗଡ଼ : ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଚିତ୍ର ଓ ହସ୍ତକଳା ମହାବିଦ୍ୟାଳୟ ‘କଳାୟତନ’ ପରିସରରେ ଏକ ଦଳଗତ ଚିତ୍ର ଓ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ‘ବର୍ଣ୍ଣିକା-୨ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ଚତୁର୍ଥ ବର୍ଷର ୧୪ ଜଣ ଛାତ୍ରଛାତ୍ରୀଙ୍କ କଳାକୃତି ଏଥିରେ ସ୍ଥାନ ପାଇଥିଲା। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ରୋଟାରି କ୍ଲବ୍ ସଭାପତି ଶୁଭ୍ରେନ୍ଦୁ ମହାପାତ୍ର ଯୋଗ ଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରାଧ୍ୟାପକ ଡ. ଚିରବ୍ରତ ଦତ୍ତ, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ପ୍ରାଧ୍ୟାପିକା ଡ. କୁମୁଦିନୀ ରାଉତରାୟ, ବରିଷ୍ଠ ଗାଳ୍ପିକ ଗିରି ଦଣ୍ଡସେନା, ବରିଷ୍ଠ ନାଗରିକ ସଂଘ ସଭ୍ୟ ହରିବନ୍ଧୁ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃ୍ତିର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ଦ୍ବାରା ପ୍ରକାଶିତ ପ୍ରଦର୍ଶନୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚିତ କରିବା ସହ ଯୁବ ଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନୁଷ୍ଠାନର ଶିଳ୍ପୀ ଶୀତଳ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନ ଓ ଅଧ୍ୟାପକ ବିନୋଦ ବିହାରୀ ରଥ, କେଦାର ନାଏକ, ବୀରେନ୍ଦ୍ର ବି. ସିଂହ, ନିରଞ୍ଜନ ପାତ୍ର, ନରେଶ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
କଳାୟତନରେ ଚିତ୍ରକଳା ପ୍ରଦର୍ଶନୀ ‘ବର୍ଣ୍ଣିକା’
/sambad/media/post_attachments/wp-content/uploads/2022/04/WhatsApp-Image-2022-04-27-at-10.02.22-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)