ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବେଙ୍ଗଲି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରା ଯାଇଥିବା ବେଳେ ୪୦୦ ରୁ ଉର୍ଦ୍ଧ୍ବ ଲିଟର ଦେଶି ମଦ ଜବତ କରିଥିବା ବେଳେ ୨୫୦୦ କେଜି ମହୁଲ ପଚ ନଷ୍ଟ କରା ଯାଇଥିବା ଜଣାପଡିଛି।
ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ ରେ ଅବକାରୀ ବିଭାଗର ଇନ୍ସପେକ୍ଟର ଉଦେଲାଲ ନାଏକଙ୍କ ନେତ୍ରୁତ୍ଵରେ ରେଙ୍ଗାଲି ଗ୍ରାମରେ ଅବକାରୀ ବିଭାଗ ଚଢଉ କରିଥିଲା। ରେଙ୍ଗଲି ଗ୍ରାମର ବିଭିନ୍ନ ସ୍ଥାନରେ ଚଢଉ କରି ବିଭାଗ ୪୦୦ ରୁ ଉର୍ଦ୍ଧ୍ବ ଲିଟର ରନ୍ଧା ତଥା ଦେଶୀ ମଦ ଜବତ କରା ଯାଇଥିବା ବେଳେ ୨୫୦୦୦ କିଲୋଗ୍ରାମ ମହୁଲ ପଚ ଓ ମଦ ତିଆରି ଯନ୍ତ୍ରପାତି ତଥା ଉପକରଣ ଜବତ କରିଥିବା ଜଣାପଡିଛି।
ଏଠାରେ ପ୍ରକାଶ ଥାଉ କି, ରେଙ୍ଗାଲି ଗ୍ରାମରେ ଦେଶି ମଦର କାରବାର ବଢି ଚାଲିଥିବା ବେଳେ ଏହା ଏବେ ସମ୍ପ୍ରୁକ୍ତ ଅଞ୍ଚଳରେ କୁଟିର ଶିଳ୍ପ ଭାବେ ପରିଣତ ହୋଇଛି। ତେଣୁ ମାଜିଷ୍ଟେଟ ଦାୟିତ୍ବରେ ତହସିଦାର ପୁଷ୍ପାଞ୍ଜଳି ପଣ୍ଡା ପୁଲିସ କର୍ମଚାରୀଙ୍କୁ ନେଇ ଗ୍ରାମର ବିଭିନ୍ନ ଲୋକଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/IMG-20210519-WA0042.jpg)