ଭୁବନେଶ୍ୱର: ୧୯ ପରୀକ୍ଷାର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଆଉ ରାଜ୍ୟ ଇତିହାସର ସବୁଠାରୁ ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ କନ୍ଧମାଳ ଲୋକସଭା ଆସନକୁ ପୁଣି କବଜାକୁ ନେଇପାରେ ବିଜେଡି। ପୁଣି ଏଠାରେ ବିଜେଡିର ଶଙ୍ଖ ନାଦ କରିପାରନ୍ତିି ଅଚ୍ୟୁତ ସାମନ୍ତ ବୋଲି ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି।

Advertisment

ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୨୦୧୯ ମହାଯୁଦ୍ଧର ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଆଗୁଆ ରହିପାରେ। ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି ଏବଂ ବିଜେପି ଖାତାକୁ ୨ଟି ଆସନ ଆସିପାରେ ବୋଲି ରିାପୋର୍ଟ କହୁଛି। ସେହିଭଳି ଅନ୍ୟ ଦୁଇଟି ବିଧାନସଭା ସିଟରେ କଡ଼ା ମୁକାବିଲା ହୋଇପାରେ ବୋଲି ଏଗଜିଟ୍‌ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ବାଲିଗୁଡ଼ାରେ ତ୍ରିମୁଖୀ ଲଢ଼େଇ
ଚଳିତ ନିର୍ବାଚନରେ ଏହି ସସଂଦୀୟ କ୍ଷେତ୍ର ଅଧିନରେ ଥିବା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହୋଇପାରେ। ତେବେ ଗତ ନିର୍ବାଚନରେ ଏଠାରେ କ୍ଷମତା ଭାର ସମ୍ଭାଳିଥିବା ବିଜେଡି ପାଇଁ ଏଥର ବିଜୟ ଏତେ ସହଜ ହେବନାହିଁ ବୋଲି ମତଦାତାଙ୍କ ମୁଡ କହୁଛି।

ଜି ଉଦୟଗିରିରେ ଫୁଟିପାରେ ପଦ୍ମ
ଅନ୍ୟପଟେ ଜି. ଉଦୟଗିରି ବିଧାନସଭା ଆସନରେ ଏଥର କଂଗ୍ରେସକୁ ଚିତ୍‌ କରି ବିଜେପି ପଦ୍ମ ଫୁଟାଇ ଆସନକୁ ଦଖଲ କରିପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟ କହୁଛି। ଆଉ ଉଭୟ କଂଗ୍ରେସ-ବିଜେଡିକୁ ମାତ୍‌ ଦେଇ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇପାରେ ବିଜେପି ବୋଲି ଏକଜିଟ୍‌ ପୋଲ ସର୍ଭେ ରିପୋର୍ଟ କହୁଛି।

ଫୁଲବାଣୀରେ ବାଜିପାରେ ଶଙ୍ଖ
ସେପଟେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଫୁଲବାଣୀ ବିଧାନସଭା ଆସନରେ ବିଜେଡି ଗଡ଼ ପୁର୍ନବାର ଅଭେଦ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି।

କଣ୍ଟାମାଳରେ ବିଜେଡିକୁ ଜିତିବା କଷ୍ଟ ହୋଇପାରେ
ଅପରପକ୍ଷେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨ଟି ନିର୍ବାଚନରେ ବିଜୟ ବାନା ଉଡ଼ାଇ ଆସୁଥିବା ବିଜେଡି ବିଜୟ ପାଇଁ ଏଥର ସହଜ ହେବ ନାହିଁ। କାରଣ ଏଥର ଏଠାରେ କ୍ଲୋଜ ଫାଇଟ୍‌ ହୋଇପାରେ ବୋଲି ବୁଥ୍‌ ଫେରନ୍ତା ମତ ବା ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ବୌଦ୍ଧରେ ବାଜିମାତ୍‌ କରିପାରେ ବିଜେପି
ସେହିଭଳି ବୌଦ୍ଧ ବିଧାନସଭା କ୍ଷେତ୍ରରେ ବାଜିମାତ୍‌ କରିପାରେ ବିଜେପି। ୧୯ ଯୁଦ୍ଧରେ ଜିତିବା ପାଇଁ ଯେଉଁ ରଣନୀତି କରିଥିଲା ବିଜେପି ସେଥିରେ ବିଜେପି ସକ୍ଷମ ହୋଇପାରେ ରିପୋର୍ଟ କହୁଛି। ଆଉ ବିଜେଡିର ହ୍ୟାଟ୍ରିକ୍‌ ବିଜୟ ସ୍ୱପ୍ନକୁ ଭାଙ୍ଗି ଧୂଳିସାତ୍‌ କରିପାରେ ବିଜେପି ବୋଲି ଆକଳନ କରାଯାଉଛି।

ଦଶପଲ୍ଲାରେ ଜିତିପାରେ ବିଜେଡି
ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୧୯ ମହାଯୁଦ୍ଧର ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏଥର ପୁଣି ବିଜେଡି ବିଜୟ ବାନା ଉଡ଼ାଇପାରେ ବୋଲି ରିପୋର୍ଟ କହୁଛି।

ଭଂଜନଗରରେ ୪ର୍ଥ ବିଜୟ ଅପେକ୍ଷାରେ ବିଜେଡି
ଅନ୍ୟପଟେ ଭଂଜନଗର ବିଧାନସଭା ଆସନରେ ଏଥର ଲଗାତାର ଚତୁର୍ଥ ଥର ପାଇଁ ବିଜେଡ଼ି ବିଜୟ ବାନା ଉଡ଼ାଇପାରେ ବୋଲି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।