ବାଲେଶ୍ୱର: ଜଣେ ପ୍ରସୂତୀଙ୍କୁ ଏକ୍ସପାରୀ ଔଷଧ। ଯାହାକି ଉଭୟ ମା’ ଓ ପିଲା ପାଇଁ ବିପଦ ସୃଷ୍ଟି କରିଛି। ଏଭଳି ଏକ ଚରମ ଅବହେଳା ଦେଖାଦେଇଛି ଭାସ୍କରଗଞ୍ଜ ଅଞ୍ଚଳରେ। ଏନେଇ ପ୍ରସୂତୀଙ୍କ ସ୍ବାମୀ ଟିକେଶ ବେହେରା ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଗତ ୧୯ ତାରିଖରେ ଟିକେଶ ପତ୍ନୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଷ୍ଟେସନ୍ ଅଞ୍ଚଳରେ ଥିବା ଏକ ଘରୋଇ କ୍ଲିନିକକୁ ଆସିଥିଲେ। ସେଠାରେ ପତ୍ନୀଙ୍କ ବିଭିନ୍ନ ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଡ଼ାକ୍ତର କହିଥିଲେ। ଏହାପରେ ତାଙ୍କୁ କିଛି ଔଷଧ ଦେଇଥିଲେ। ତେବେ ଯେଉଁ ଔଷଧ ଦେଇଥିଲେ ସେଥିରେ ଥିବା (ଏସ୍ଆର୍-୨୦୦) ଔଷଧ ଗୁଡ଼ିକ ଏକ୍ସପାରୀ ହୋଇଯାଇଥିଲା। ୧୦ଟିରୁ ୮ଟି ଔଷଧ ଖାଇବା ପରେ ମହିଳାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଜଣାପଡ଼ିଥିଲା ଯେ, ଏକ୍ସପାରୀ ଔଷଧ ଖାଇବା ଯୋଗୁଁ ଏଭଳି ସମସ୍ୟା ହୋଇଛି। କ୍ଲିନିକ କର୍ତ୍ତୃପକ୍ଷ ଅବହେଳା ମହିଳା ଓ ପିଲା ପ୍ରତି ବିପଦ ହୋଇଛି। ତେଣୁ ନ୍ୟାୟ ପାଇଁ ଟିକେଶ ଜିଲ୍ଲାପାଳ, ଏସ୍ପି ଏବଂ ସିଡିଏମ୍ଓଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।
ବାଲେଶ୍ୱରରେ ପ୍ରସୂତୀଙ୍କୁ ଏକ୍ସପାରୀ ଔଷଧ, କ୍ଲିନିକ ନାଁରେ ଥାନାରେ ଅଭିଯୋଗ
/sambad/media/post_attachments/wp-content/uploads/2020/11/bls-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)