ମେଡିକାଲରେ ମିଳୁଛି ଫିମ୍ପିମରା ଔଷଧ, ଫିମ୍ପିମରା ଔଷଧ ଖାଇ ମହିଳା ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏକମାତ୍ର ଜିଲ୍ଲା ହସ୍ପିଟାଲ ରହିଛି। ଏହି ହସ୍ପିଟାଲ ଉପରେ ଜିଲ୍ଲାର ୭ ଲକ୍ଷ ଲୋକଙ୍କ ସହ ପଡୋଶୀ ଛତିଶଗଡର ଲୋକେ ମଧ୍ୟ ନିର୍ଭର କରୁଛନ୍ତି। ତେବେ ଏହି ମେଡିକାଲରେ ଦିଆଯାଉଥିବା ଔଷଧ ଅତି ନିମ୍ନମାନର ଏବଂ ଔଷଧ ଗୁଡିକ ଫିମ୍ପି ମାରିଯାଇଥିବା ଦେଖିବାକୁ ମିଳିଛି। ଏହି ଔଷଧ ଖାଇ ଜଣେ ମହିଳା ଗୁରୁତର ହେବା ଘଟଣା ଏବେ ପଦାକୁ ଆସିଛି। ମାଲାକନଗିରି ନିକଟସ୍ଥ ଏମଭି-୭ ଗ୍ରାମର ସୁଜିତ ମଣ୍ଡଳଙ୍କ ପତ୍ନୀ କାଳିଦାଶୀ ମଣ୍ଡଳଙ୍କ ଦେହ ଖରାପ ହୋଇଥିଲା। କାଳିଦାଶୀ ମଣ୍ଡଳଙ୍କୁ ଖାସ ହେଉଥିବା ସହ ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିଲା। ତେବେ କାଳିଦାଶୀ ମଣ୍ଡଳଙ୍କ ଭଉଣୀ ମୀନାରାଣୀ ମଣ୍ଡଳ ତୁରନ୍ତ ଭଉଣୀକୁ ନେଇ ମେଡିକାଲ ଯାଇଥିଲେ। ମେଡିକାଲରେ ଡାକ୍ତର ବାସନ୍ତୀ ହାଂସଦାଙ୍କୁ ଦେହ ଦେଖାଇଥିଲେ। ତେବେ ଡାକ୍ତର ବାସନ୍ତୀ ତାଂକୁ ଡକ୍ସିଏଲଏକ୍ସ ନାମକ ମେଡିସିନ ଖାଇବା ପାଇଁ କହିଥିଲେ। କାଳିଦାଶୀ ମଧ୍ୟ ମେଡିକାଲରୁ ଏହି ଔଷଧ ନେଇଥିଲେ। ତେବେ ସେହି ଔଷଧ ଖାଇବା ପରେ କାଳିଦାଶୀ ଭଲ ହେବା ବଦଳରେ ଗୁରୁତର ହୋଇଯାଇଥିଲେ। ତେବେ ଭଉଣୀ ମୀନାରାଣୀ ଏଭଳି କାହିଁକି ହେଲା ବୋଲି ଔଷଧକୁ ଯାଞ୍ଚ କରିଥିଲା। ତେବେ ସେହି ଔଷଧ ପ୍ୟାକେଟରୁ ଫିମ୍ପିମରା ଔଷଧ ବାହାରିଥିଲା। ଯାହା ଖାଇବାଯୁକ୍ତ ନୁହେଁ। ଯେତେ ସବୁ ଔଷଧ ପ୍ୟାକେଟ ଖୋଲିଥିବା ସବୁରେ ଏଭଳି ଅବସ୍ଥା ରହିଥିଲା। ତୁରନ୍ତ ସେହି ଔଷଧ ନେଇ ସେ ମେଡିକାଲ ଯାଇ ଏଡିଏମ୍‌ଓ ଶିବ ପ୍ରସାଦ ମହାରଣାଙ୍କୁ ଭେଟି ଦେଖାଇଥିଲା। ଏଡିଏମ୍‌ଓ ମଧ୍ୟ ଅନ୍ୟ ପ୍ୟାକେଟ ଖୋଲି ଦେଖିବା ମାତ୍ରେ ସବୁ ଔଷଧ ଏଭଳି ଖରାପ ଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ମେଡିକାଲର ଏଡିଏମ୍‌ଓ ଶିବ ପ୍ରସାଦ ମହାରଣାଙ୍କୁ ପଚାରିବାରୁ ସେ ଏହି ଔଷଧ ଗୁଡିକ କିପରି ସମୟସୀମା ପୂର୍ବରୁ ଖରାପ ହେଲା।

Sambad

ସେନେଇ ତଦନ୍ତ କରିବା ସହ ଏହାର ମାନ ନେଇ ପରୀକ୍ଷା କରିବା ପାଇଁ ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଥିଲେ। ଅନ୍ୟ ଦିଗରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଏନେଇ ଅବଗତ କରାଯିବାରୁ ଅଭିଯୋଗ ଆସିଲେ ନିଶ୍ଚିତ ତଦନ୍ତ କରାଯିବ ବୋଲି କହିଥିଲେ। ତେବେ ଜିଲ୍ଲାର ହସ୍ପିଟାଲରେ ଯଦି ଏଭଳି ଅବ୍ୟବସ୍ଥା ରହିଥିବ ତେବେ ଲୋକେ କେଉଁଠିକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି।ଜିଲ୍ଲା ସାରା ଲୋକ ଏହି ଗୋଟିଏ ମାତ୍ର ହସ୍ପିଟାଲ ଉପରେ ଭରସା କରି ରହିଥିବା ବେଳେ ଜିଲ୍ଲା ହସ୍ପିଟାଲରେ ନିମ୍ନମାର ଔଷଧ ମିଳିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଅନ୍ୟ ଔଷଧ ଗୁଡିକ ମଧ୍ୟ ଯାଞ୍ଚ କରିବାକୁ ଦାବି କରାଯାଇଛି। ଲୋକେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଠିକ ରୂପେ ନପାଇବାରୁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏହାର ଉଚିତ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର