ଝାରସୁଗୁଡ଼ା: ବାଣ କାରଖାନାରେ ବିସ୍ଫୋରଣ, ଜଣେ ମୃତ

ଝାରସୁଗୁଡ଼ା: ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ଜିଲ୍ଲା ବେଲପାହଡ଼ ଥାନା ଅନ୍ତର୍ଗତ ଛୁଆଳିବେର୍ଣ୍ଣା- ମିର୍ଦ୍ଧାଡିହି ମଧ୍ୟରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ  ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହି ବିସ୍ଫୋରଣରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବ୍ରଜରାଜନଗର ଥାନା ପୁଲିସ ଓ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବେଲପାହଡ଼ ଥାନା ଅନ୍ତର୍ଗତ ଛୁଆଳିବେର୍ଣ୍ଣା- ମିର୍ଦ୍ଧାଡିହି ମଧ୍ୟରେ ଦୀର୍ଘ ଦିନ ହେବ ଜଗନ୍ନାଥ ସ୍ପାର୍କେଲ ନାମକ ଏକ ବାଣ  କାରଖାନା ଥିଲା। ଏଥିରେ ଥିବା ୧୨ଟି ସେଡ ମଧ୍ୟରୁ ଆଜି ସକାଳେ ୨ୟ ସେଡ୍‌ରେ ବାଣ ଭିଡ଼ା ଯାଉଥିବାବେଳେ ଭୟଙ୍କର ଶବ୍ଦ କରି ବିସ୍ଫୋରଣ ଘଟିଥିଲା। ଏଥିରେ କାର୍ଯ୍ୟ କରୁଥିବା  ବେଲପାହଡ଼ ପୌରାଞ୍ଚଳର  ଜୁନିଡିହି ଗାଁର ସୁଶାନ୍ତ ଧୁରୁଆ (୨୫ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସୁଶାନ୍ତଙ୍କ  ଗୋଟିଏ ପାଦ ଘଟଣାସ୍ଥଳ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଯାଇ ପଡ଼ିଥିବା ବେଳେ ଘରରଟି ସମ୍ପୂର୍ଣ୍ଣ ଭୁଶୁଡ଼ ପଡ଼ିଛି ି। ଖବର ପାଇ ପୁଲିସ , ଦମକଳ ପହଞ୍ଚିଥିଲେ  ମଧ୍ୟ ଏ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ। ଭିତରେ ଆଉ କତେ ଆହତ ଅଛନ୍ତି ତାହା ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର